ଇନ୍ଦିରା ପାର୍କ ମର୍ଣ୍ଣିଂ ୱାକର୍ସ ଆସୋସିଏସନ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର,୨୭/୦୧/୨୦୨୬ (ଓଡ଼ିଶା ସମାଚାର)- ୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଇନ୍ଦିରାଗାନ୍ଧୀ ପାର୍କସ୍ଥିତ ମର୍ଣ୍ଣିଂ ୱାକର୍ସ ଆସୋସିଏସନ ପକ୍ଷରୁ ଏହାର ପରିସରରେ ଜାତୀୟ ପତାକା ଉତୋଳନ କରାଯାଇଥିଲା । ଏଥିରେ ୬ ବର୍ଷ ବୟସ୍କ ଛାତ୍ରଛାତ୍ରୀ ଶିବାଶିଷ କୁମାର (କାହ୍ନା) ଓ ଅନନ୍ୟା ଅନିନ୍ଦିତା (ସାରା) ମୁଖ୍ୟଅତିଥି ରୂପେ ଯୋଗଦେଇ ପତାକା ଉତୋଳନ କରିଥିଲେ ।

ଆସୋସିଏସନର ଆବାହକ ତଥା କ୍ରୀଡ଼ା ସଂଗଠକ ଶକ୍ତି ରଞ୍ଜନ ମହାନ୍ତିି, ଅନ୍ୟତମ ଆବାହକ ତଥା ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତି ପଥେ’ର ସମ୍ପାଦକ ପ୍ରଦୁ୍ୟମ୍ନ କୁମାର ମହାନ୍ତି ଓ ସଚିବାଳୟ କର୍ମଚାରୀନେତା ତଥା ଆବାହକ ଚିତରଞ୍ଜନ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଏଭରେଷ୍ଟ ଆରୋହୀ ଗଣେଶ ଚନ୍ଦ୍ର ଜେନା, ସ୍ୱାମୀ ନିତ୍ୟାନନ୍ଦ, ଆମ୍ବେଦକର ସମାଜସେବା ଆସୋସିଏସନ (ଆଶା)ର ସଭାପତି ମୁରଲୀଧର ଦାସ, ନିଳୟ ଘୋଷ, ପ୍ରବୀର ଦାସ, ବିକ୍ରମ ପାତ୍ର, ସାମ୍ବାଦିକ ଉମେଶ ରାୟ ଓ ରମେଶ ଚନ୍ଦ୍ର ମହାନ୍ତି, ଗୋବିନ୍ଦ ଦାସ, ପ୍ରମୋଦ ଚରଣ ପ୍ରହରାଜ, ଗଗନ ବିହାରୀ ମହାନ୍ତି, ସିଦ୍ଧାର୍ଥ ସାମଲ, ବିରଂଚି ପାତ୍ର, ପ୍ରଭାକର ମଲ୍ଲିକ, ସୁରେନ୍ଦ୍ର ପଣ୍ଡା, ମୋହନ ପ୍ରଧାନ, ପ୍ରାଣପ୍ରିୟ ପାଢୀ, ସୁଶାନ୍ତ ଦାସ, ଅନନ୍ତ ସାମଲ, ବିଭୂତି ଭୂଷଣ ପତି, ଜିତେନ୍ଦ୍ର କର, ଚିନ୍ମୟ ସାମନ୍ତରାୟ, ଦିଲ୍ଲୀପ କୁମାର ପାଢୀ, ଅଶୋକ ଦାସ, ବିମଳେନ୍ଦୁ ମହାନ୍ତି, ତାପସ ପଣ୍ଡା, ଲିପନ ସାହୁ, ଦେବେନ୍ଦ୍ର ଛୋଟରାୟ, ଏ.ଏମ୍. ଜମାନ, ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଶତାଧିକ ମର୍ଣ୍ଣିଂ ୱାକର୍ସ ଯୋଗଦେଇ ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିବା ସହିତ ଜାତୀୟ ସଙ୍ଗୀତ ଗାନ କରିବା ସହିତ ବନ୍ଦେ ମାତରଂ ଓ ଭାରତ ମାତା କି ଜୟ ଆଦି ଧ୍ୱନିମାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *