ନିରାକାରପୁର, ୦୫/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତକାଲି ୭ ଦଫା ଦାବି ପୂରଣ ନିମନ୍ତେ ଷ୍ଟେସନ ମାଷ୍ଟର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ପରେ ଏହି ୭ ଦଫା ଦାବି ମଧ୍ୟରୁ ତୁରନ୍ତ ୪ ଟି ଦାବି ପୂରଣ ଉପରେ ଗୁରୁତ୍ବ ଦେବାପାଇଁ ସିନିୟର୍ ଡିଭିଜନାଲ କମରସିଆଲ ମ୍ୟାନେଜର ପ୍ରତିଶ୍ରୁତି ଦେବାପରେ ଗଣଧାରଣା ଭାଙ୍ଗିଥିଲା। ଆଜି ସକାଳୁ ଷ୍ଟେସନ , ଷ୍ଟେସନ ଉଭୟ ପାର୍ଶ୍ଵ ରାସ୍ତାରେ ଆଲୋକୀକରଣ କରିବାକୁ ବିଭାଗୀୟ ଯନ୍ତ୍ରୀ ଆସି କ୍ରିୟାନୁଷ୍ଠାନ କମିଟି ସଭ୍ୟ ମାନଙ୍କ ସହିତ ଆଲୋଚନା କରି ଏହାକୁ ତୁରନ୍ତ କରିବା ପାଇଁ ପରିଦର୍ଶନ କରିଛନ୍ତି। ସେହିପରି ଷ୍ଟେସନରେ ଚାଲିଥିବା ଉନ୍ନତି ମୂଳକ କାର୍ଯ୍ୟ ଆଜିଠାରୁ ତ୍ଵରାନିତ ହୋଇଛି। ବିଭାଗ ପ୍ରତିଶ୍ରୁତି ମୁତାବକ ଆଜି ଠାରୁ ଦୁଇ ଜଣ ଟିକେଟ ଯାଞ୍ଚ କାରୀ ଅଧିକାରୀ ଆସି ଯାତ୍ରୀଙ୍କ ଟିକେଟ ଯାଞ୍ଚ ଆରମ୍ଭ କରିଛନ୍ତି। ଏହି ସମୟରେ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତା ଓ ଅନ୍ୟ ସଭ୍ୟମାନେ ଉପସ୍ଥିତ ରହି ଥିଲେ। ରେଳ ବିଭାଗର ତୁରନ୍ତ ପଦକ୍ଷେପ କୁ କମିଟି ତରଫରୁ ସ୍ବାଗତ କରିବା ସହିତ ବିଭାଗୀୟ ଅଧିକାରୀ ମାନଙ୍କୁ କୃତଜ୍ଞତା ଜଣାଯାଇଛି।