ଓଡ଼ିଶା ଅବସରପ୍ରାପ୍ତ ଆୟକର କର୍ମଚାରୀ ସଂଘର ବାର୍ଷିକୋତ୍ସବ

ଭୁବନେଶ୍ୱର,୧୧/୧୦/୨୦୨୬(ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଅଖିଳ ଓଡ଼ିଶା ଅବସରପ୍ରାପ୍ତ ଆୟକର କର୍ମଚାରୀ ସଂଘର ବାର୍ଷିକୋତ୍ସବ ଓଡିଶା ଆୟକର ମୁଖ୍ୟାଳୟ ଆୟକର ଭବନର  ପ୍ରେକ୍ଷାଳୟରେ ସଂଘର ସଭାପତି ଶ୍ରୀ ବିଧୁଭୂଷଣ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଆୟକର ପ୍ରଧାନ ମୁଖ୍ୟ ଆୟୁକ୍ତଙ୍କ ତରଫରୁ ସଂଯୁକ୍ତ ଆୟୁକ୍ତ ମନୋରଞ୍ଜନ ରଥ ମୁଖ୍ୟଅତିଥି ଭାବେ ମଞ୍ଚମଣ୍ଡନ କରିଥିଲେ ।ଓଡ଼ିଶା ଆୟକର ଅଫିସର ସଂଘର ସାଧାରଣ  ସମ୍ପାଦକ ଶ୍ରୀ ଚିତ୍ତ ରଞ୍ଜନ ପଟ୍ଟନାୟକ ଉତ୍ସବରେ ଉଦବୋଧନ ଦେଇଥିଲେ ।

ସେହିପରି ଆୟକର କର୍ମଚାରୀ ଫେଡେରେସନର ସମ୍ପାଦକ ଶ୍ରୀ ଏମ.କେ, ସାଇ ଓ ସହ ସମ୍ପାଦକ ଶ୍ରୀ ଅତୁଲ୍ୟ ପାତ୍ର ଏହି ଉତ୍ସବରେ ଯୋଗଦାନ କରି ଅଭିଭାଷଣ ପ୍ରଦାନ କରିଥିଲେ । ଉତ୍ସବରେ  ଶତାଧିକ ସଭ୍ୟ ସଭ୍ୟା ଯୋଗଦାନ କରିଥିଲେ ଯାହାଙ୍କ ମଧ୍ୟରେ ଥିଲେ ସଂଘର ଦୁଇ ଉପସଭାପତି ଶରତ ଦାଶ ଓ ମନୋରଞ୍ଜନ ପାଣିଗ୍ରାହୀ, ସମ୍ପାଦକ ରବୀନ୍ଦ୍ର ନାଥ ମହାନ୍ତି, ପୂର୍ବତନ ସଭାପତି ସ୍ୱରାଜ ମହାନ୍ତି, ବରିଷ୍ଠ ସଭ୍ୟ ଶେଖ୍ ନଇମୁଦ୍ଦିନ, ପ୍ରଶାନ୍ତ ଷଡ଼ଙ୍ଗୀ , ଚନ୍ଦ୍ରଶେଖର ଦାଶ, ପ୍ରଫୁଲ୍ଲ ଦାଶ, ପ୍ରଦୋଷ ଚ ମହାନ୍ତି, ଅଶୋକ ଶତପଥୀ, ଚିତ୍ତରଞ୍ଜନ ପତି, ଅସିତ୍ ମହାପାତ୍ର, ଧୀରେନ୍ଦ୍ର ମିଶ୍ର,ବ୍ରଜେନ୍ଦ୍ର ମହାନ୍ତି,କୋଷାଧ୍ୟକ୍ଷ ମଙ୍ଗରାଜ ସେଠି, ସହସମ୍ପାଦକ ଶଙ୍କର ବୋଷ, ରାଧାଶ୍ୟାମ ଗିରି, ନିର୍ମଳେନ୍ଦୁ ଗୁପ୍ତା, ପୀତାମ୍ବର ଲେଙ୍କା, ଶ୍ରୀକାନ୍ତ ମହାନ୍ତି, ଚିତ୍ତରଞ୍ଜନ ଦାଶ, ବ୍ରହ୍ମପୁର ସମ୍ପାଦକ ମନମୋହନ ରାଓ, ସମ୍ବଲପୁର ସମ୍ପାଦକ ରାମନାରାୟଣ ନାୟକ, କବିତାଞ୍ଜଳି ପାଲ, ବିଜୟଲକ୍ଷ୍ମୀ ନାୟକ , ବିଜୟଲକ୍ଷ୍ମୀ ମହାନ୍ତି । ଅଶୀବର୍ଷ ବୟସ ଅତିକ୍ରମ କରିଥିବା ସଭ୍ୟମାନଙ୍କୁ  ଉତ୍ସବରେ ସାଲ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦିବଂଗତ ସଭ୍ୟମାନଙ୍କୁ ମଧ୍ୟ ସେମାନଙ୍କ ପରିବାର ସଦସ୍ୟଙ୍କ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଓଡ଼ିଶାର ଦୁଇ ପ୍ରମୁଖ ଗାୟକ ଶ୍ରୀ ବିଷ୍ଣୁମୋହନ କବି ଓ ଶ୍ରୀ ସତ୍ୟଜିତ୍ ପ୍ରଧାନଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେମାନେ ମଧ୍ୟ ସଙ୍ଗୀତ ପରିବେଷଣ କରିଥିଲେ ।  ଦୁଇ ଓଡ଼ିଶୀ କୁନି ନୃତ୍ୟ ଶିଳ୍ପୀ କୁମାରୀ ଅନନ୍ୟା ପଟ୍ଟନାୟକ ଓ ଆଦ୍ୟାଶ୍ରୀ ମହାପାତ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରି ସମ୍ମାନିତ ହୋଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ସଭ୍ୟ ଶ୍ରୀ କମ୍ବୁପାଣି ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *