ଭୁବନେଶ୍ୱର,୦୯/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉତ୍କଳ ହସ୍ପିଟାଲ, ନୀଳାଦ୍ରି ବିହାର ଭୁବନେଶ୍ୱର ଠାରେ, ନଭେମ୍ବର ୯,୨୦୨୪ ରେ ମିନିମାଲି ଇନଭକ୍ଷସିଭ୍ ସର୍ଜରୀ (ଏମ୍. ଆଇ. ଏସ୍.) ଉପରେ ଦିନିକିଆ ଲାଇଭ୍ ସର୍ଜରୀ କର୍ମଶାଳାର ଆଯ଼ୋଜନ ହୋଇଯାଇଅଛି। ଏହି କର୍ମଶାଳାର ଉଦେଶ୍ୟ ହେଉଛି ସିଧାସଳଖ ପ୍ରଦର୍ଶନ, ଗଭୀର ଆଲୋଚନା ଏବଂ ସର୍ବନିମ୍ନ କୌଶଳର ସର୍ବଶେଷ ଅଗ୍ରଗତି ଉପରେ ବିଶେଷଜ୍ଞ ଅନ୍ତର୍ଦୃଷ୍ଟି ମାଧ୍ୟମରେ ଏକ ଅନନ୍ୟ ଶିକ୍ଷଣ ଅଭିଜ୍ଞତା ପ୍ରଦାନ କରିବା।
ଏହି କର୍ମଶାଳାର ମୁଖ୍ୟ ଥିଲେ ଡକ୍ଟର ସିଦ୍ଧାର୍ଥ ଶଙ୍କର ସାହୁ ଡାଇରେକ୍ଟର ନ୍ୟୁରୋସର୍ଜରୀ ଉତ୍କଳ ହସ୍ପିଟାଲ୍, ଭୁବନେଶ୍ବର ,ଡଃ ଅନିନ୍ଦ୍ୟ ବସୁ- ଆଇ.ଏନ୍.କେ. ହସ୍ପିଟାଲ, କୋଲକାତା । ଏହି ସମ୍ମାନିତ ସର୍ଜନମାନେ କର୍ମଶାଳାରେ ଉନ୍ନତ ଏମ୍. ଆଇ. ଏସ୍. ପ୍ରକ୍ରିୟା ପ୍ରଦର୍ଶନ କରିଥିଲେ, ବିଶେଷଜ୍ଞତା ବାଣ୍ଟିଥିଲେ ଏବଂ ଅଂଶଗ୍ରହଣକାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି କାର୍ୟ୍ୟକ୍ରମ ଡାକ୍ତରୀ ବୃତ୍ତିଧାରୀମାନଙ୍କ ପାଇଁ ଏମ୍. ଆଇ.ଏସ୍. ବିଷୟରେ ସେମାନଙ୍କର ବୁଝାମଣାକୁ ଗଭୀର କରିବା ଏବଂ ଅଗ୍ରଣୀ ବିଶେଷଜ୍ଞମାନଙ୍କ ସହିତ ବାସ୍ତବ କଥାବାର୍ତ୍ତା ମାଧ୍ୟମରେ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଏକ ମୂଲ୍ୟବାନ ସୁଯୋଗ ପ୍ରଦାନ କରିଥିଲା। ଏହି କାର୍ୟ୍ୟକ୍ରମକୁ ଉତ୍କଳ ହସ୍ପିଟାଲର ପଦସ୍ତ ଅଧିକାରୀ ଓ ଅତିଥି ଡାକ୍ତର ମାନେ ଦ୍ଵୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ଉତ୍କଳ ହସ୍ପିଟାଲର ଡାଇରେକ୍ଟର ଅଫ ନ୍ୟୁରୋସର୍ଜରୀ ଡ଼ ସିଦ୍ଧାର୍ଥ ଶଙ୍କର ସାହୁ ପ୍ରାରମ୍ଭିକ ବକ୍ତବ୍ୟ ରଖି ସମସ୍ତଙ୍କୁ ସ୍ଵାଗତ କରିଥିଲେ । ଉପସ୍ଥିତ ରାଜ୍ୟ ଭିତରୁ ଏବଂ ବାହାରୁ ଆସି ଯୋଗ ଦେଇଥିବା ଡ଼ାକ୍ତର ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଉତ୍କଳ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡ଼ ପ୍ରଜ୍ଞାନ ରଞ୍ଜନ ଘଡେଇ କହିଥିଲେ ଏହିଭଳି ଶିକ୍ଷଣୀୟ କର୍ମଶାଳକ୍ଷ ପାଇଁ ଉତ୍କଳ ହସ୍ପିଟାଲ୍ ଚେୟାରମ୍ୟାନ ଡ଼ ଆଦିତ୍ୟ କୁମାର ସାମଲ,ପ୍ରତିଷ୍ଠାତା ସଦସ୍ୟ ଡ଼ କଲ୍ୟାଣ ରଥ ସ୍ବର୍ଗତ ଡ଼ ବି. କେ. ଦାସ ଓ ଡ଼ ଅରୁଣ ମହାନ୍ତି ପ୍ରମୁଖ ସର୍ବଦା ଗୁରୁତ୍ଵ ଆରୋପ କରୁଥିଲେ । ଅତିଥି ଡ଼ ଅନିନ୍ଦ୍ୟ ବସୁ ଉତ୍କଳ ହସ୍ପିଟାଲର ଏହିଭଳି ପ୍ରୟକ୍ଷସକୁ ଭୂରି ଭୂରି ପ୍ରଶଂସା କରିଥଲେ ।
ଏହି ଅବସରରେ ଉତ୍କଳ ହସ୍ପିଟାଲର ଡିନ୍ ଏକାଡେମିକସ ପ୍ରଫେସର ଡ଼ ପ୍ରଫୁଲ୍ଲ କୁମାର ଦାସ ଏବଂ ଡାଇରେକ୍ଟର ମେଡ଼ିକାଲ ସର୍ଭିସେସ୍ ଡ଼ ରଂଜନ କୁମାର ମହାପାତ୍ର ଏହିଭଳି କର୍ମଶାଳା ନିୟମିତ ବ୍ୟବଧାନରେ କରିବାପାଇଁ ଗୁରୁତ୍ଵ ଆରୋପ କରିଥିଲେ କ୍ଷ ପରେ ପରେ ଦୁଇଗୋଟି ପର୍ୟ୍ୟାୟରେ( ସକାଳ ୯.୩୦ ରୁ ଅପରାହ୍ନ ୧.୦୦ ଏବଂ ଅପରାହ୍ନ ୨.୦୦ ରୁ ଅପରାହ୍ନ ୪.୦୦) ପ୍ରତ୍ୟକ୍ଷ ଅସ୍ତ୍ରୋପଚାର ନିରୀକ୍ଷଣ ହୋଇଥିଲା କ୍ଷ
ସନ୍ଧ୍ୟା ସମୟରେ ଡ଼ ବିମଳ ସାହୂ ବେସିକ ଆନାଟୋମି Dr. Arun sekhar PRE -Op Evaluation ,Dr.B.R.Nayak surgical Nuances in MIS TLIF ଏବଂ Dr.Gurudip Das case presentation -Kyphoplasty ଏହି ସବୁ ସମ୍ବନ୍ଧରେ ବିସ୍ତୃତ ଭାବରେ ବିବୃତ୍ତି ପ୍ରଦାନ ଓ ବ୍ୟାଖ୍ୟାନ କରିଥିଲେ l