ବରଗଡ଼ (ମଥୁରା) ପଞ୍ଚମ ଦିବସ ରେ ଧନୁଯାତ୍ରା

ବରଗଡ଼, ୨୮/୧୨/୨୦୨୫ (ଓଡ଼ିଶା ସମାଚାର)-  କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳା ଯମଳାର୍ଜୁନ ଭଞ୍ଜନ, କାଳୀୟ ଦଳନ ଦେଖିବାକୁ ଗୋପପୁର (ଅମ୍ବାପାଲି) ରେ ପ୍ରବଳ ଜନସମାଗମ, ଏହି ଅଭିନୟ ବ୍ୟତୀତ ବିଶ୍ୱରୂପ ଦର୍ଶନ ଦୃଶ୍ୟ ଅଭିନୀତ । ଗୋପପୁର ରେ କୃଷ୍ଣ, ବଳରାମଙ୍କ ପଦିପୂଜା ରେ ଭକ୍ତ ବିଭୋର ।

ମଥୁରା ରେ ଆଜି କଂସ (ସୁଶିଲ ମେହେର) ଙ୍କ ଜରାସନ୍ଧ ସହ ଯୁଦ୍ଧ, ହେତି ପ୍ରହେତିଙ୍କ ସହ ବିବାଦ୍, କଂସଙ୍କ ବ୍ରହ୍ମଚାରୀ ଅଞ୍ଚଳ ହାତି ରେ ଭ୍ରମଣ । ରାକ୍ଷସ, ରାକ୍ଷସୀ ଙ୍କ ଖବର ପାଇ କଂସ ମର୍ମାହତ । ମନ୍ତ୍ରୀ ସୁରେଶ ପୂଜାରୀ ଆଜିର ରାଜ ଅତିଥି ରୂପେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *