ଜିଲା ବୋଇତବନ୍ଦାଣ ସମିତିର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୧୧/୧୦/୨୦୨୬ (ଓଡ଼ିଶା ସମାଚାର)-:ଜିଲଳ ବୋଇତବନ୍ଦାଣ ସମିତି, କେନ୍ଦ୍ରାପଡାର ଦ୍ୱିତୀୟ ପ୍ରସ୍ତୁତି ବୈଠକ ମହିପାଳସ୍ଥିତ ଶ୍ରୀ ଶ୍ରୀ ବାୟାବାବାଙ୍କ ଆଶ୍ରମ ପରିସରରେ ସ୍ଥାୟି ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନଭେମ୍ବର ୧୫ତାରିଖ ରବିବାର ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ପୂର୍ବ ନିର୍ଦ୍ଧାରିତ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମିତିର ବିଭିନ୍ନ ବିଭାଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ । ଉକ୍ତ କାର୍ୟ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ କାର୍ୟ୍ୟକାରୀ ସଭାପତି ରବିନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇ ଶ୍ରୀ ମହାନ୍ତିଙ୍କ ଉପରେ ସମସ୍ତ ଦାୟିତ୍ୱ ନ୍ୟସ୍ତ କରାଗଲା । ନଭେମ୍ବର ୨୪ତାରିଖ ବାର୍ଷିକ ଉତ୍ସବ ପାଇଁ ସମିତିର ସଭାପତି ଚିନ୍ମୟ ପ୍ରସାଦ ବେହୁରାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ଥରୀୟ କମିଟି ଗଠନ କରାଯାଇ ଉତ୍ସବର ସଫଳତା ପାଇଁ ଦାୟିତ୍ୱ ନ୍ୟସ୍ତ କରାଗଲା । ଉତ୍ସବ ଦିନ ପ୍ରତୁ୍ୟଷରେ ଜଜାଙ୍ଗ ଜେନା ପୋଖରୀରେ ବୋଇତ ବନ୍ଦାଣର ସଫଳତା ପାଇଁ ସଭ୍ୟ ସରୋଜକାନ୍ତ ସାହୁ, ରାଜେନ୍ଦ୍ର ମହାପାତ୍ର, ଲୋହିତ ମହାନ୍ତି ଓ ଶ୍ରୀଧର ମହାନ୍ତିଙ୍କ ଉପରେ ଦାୟୀତ୍ୱ ନ୍ୟସ୍ତ କରାଗଲା । ଏସମସ୍ତ କାର୍ୟ୍ୟକୁ ତଦାରଖ କରି ସଫଳ କରିବା ପାଇଁ ସମ୍ପାଦକ ଗୋଲଖ ପଢିଆରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଗଲା ।

ବୈଠକରେ ନିରଞ୍ଜନ ବେହେରା, ବୈଷ୍ଣବ ଚରଣ ପ୍ରଧାନ, ଚିତରଞ୍ଜନ ଦାସ, ମୁକ୍ତାର ଖାଁ, ସ୍ୱପ୍ନାରାଣୀ ସିଂ, ବଳରାମ ଦାସ, ହିମାଂଶୁ ଦାସ, ମନୋଜ ଦାସ, ମୀର ମୁର୍ଶିଦ୍ଧ, କମଳାକାନ୍ତ ବେହେରା, ଦେବେନ୍ଦ୍ର ମହାନ୍ତି, ଲକ୍ଷ୍ମୀକାନ୍ତ ନାୟକ, ଶରତ ଚନ୍ଦ୍ର ଧଳ, ପ୍ରଫୁଲ୍ଲ ଦାସ, ଭାଗିରଥି ଜେନା, ପ୍ରଫୁଲ୍ଲ କୁମାର ସାହୁ, ଅବନ୍ତୀ ବେହେରା, ଡ. ଚୈତନ୍ୟ ଚରଣ ପରିଡା, ରଣଧିର ଜେନା, ବଂଶୀଧର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ କର୍ମକର୍ତା, ସଭ୍ୟ/ସଭ୍ୟାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସମିତିର ନୂତନ ସଦସ୍ୟ ଭାବେ ଶିକ୍ଷାବିତ୍ ବିଧାନ ସାମଲ, ସଞ୍ଜୟ ମଥାନ, ସରିତା ସ୍ୱାଇଁ ଓ ଅଶୋକମୋହନ ଜେନାଙ୍କୁ ଗ୍ରହଣ କରାଗଲା । ଏହି କାର୍ୟ୍ୟକ୍ରମରେ ପୂର୍ବତନ ସଭାପତି ଡା. ସୁଧିର କୁମାର ବ୍ରହ୍ମା ଓ ଉପଦେଷ୍ଟା ହିମାଂଶୁ ଭୁଷଣ କର(ହାପି) ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *