କେନ୍ଦ୍ରାପଡ଼ା,୧୧/୧୦/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ବ୍ରାହ୍ମଣ ମହାସଂଘ ଏବଂ ରାଜକନିକା ବ୍ଲକ ବ୍ରାହ୍ମଣ ମହାସଂଘର ମିଳିତ ଆନୁକୂଲ୍ୟରେ ଏକ ବ୍ଲକସ୍ତରୀୟ ବ୍ରାହ୍ମଣ ମହାସଂଘର ବୈଠକ ରାଜକନିକା ବ୍ଲକ ଦେଉଳିସାହି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପଣ୍ଡିତ ପ୍ରବୀର କୁମାର ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଭ୍ୟ କପିଳ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନୂତନ କମିଟି ଚୟନ କରାଯାଇଥିଲା । ସଭାପତି ଭାବେ ଦଶରଥ ପଣ୍ଡା, ଉପସଭାପତି ଅସିତ୍ କୁମାର ପଣ୍ଡା, ସମ୍ପାଦକ ସୁବ୍ରତ କୁମାର ପତି, ସହସମ୍ପାଦକ ଐସୂର୍ଯ୍ୟ କୁମାର ରଥ, କୋଷାଧ୍ୟକ୍ଷ ଭାବେ ମନୋଜ କୁମାର ଶତପଥି ଏବଂ ସଂଗଠନ ସମ୍ପାଦକ ଭାବେ ଦିଲ୍ଲିପ କୁମାର ଦାଶଙ୍କୁ ମନୋନୀତ କରାଯାଇଛି ।
ଉକ୍ତ ବୈଠକରେ ଜିଲା ସଭାପତି ମାନସଭୂଷଣ ପଣ୍ଡିତ ହୃଷୀକେଶ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଜିଲା ସମ୍ପାଦକ ପଣ୍ଡିତ ହରେକୃଷ୍ଣ ପତି, ମୁଖ୍ୟବକ୍ତା ଭାବେ ପଣ୍ଡିତ କ୍ଷୀରୋଦ କୁମାର ପଣ୍ଡା, ବିଶିଷ୍ଟଅତିଥି ଭାବେ ପଣ୍ଡିତ ତପନ କୁମାର ଦାଶ ଓ ଜିଲ୍ଲା ଉପଦେଷ୍ଟା ଲକ୍ଷ୍ମୀଧର ଦୀକ୍ଷିତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ରାହ୍ମଣ ସମାଜର ପରମ୍ପରା, ଧର୍ମୀୟ ଓ ସାମାଜିକ କର୍ବ୍ୟକୁ ପାଳନ କରି ସମାଜରେ ନିଜର ଗୁରୁତ୍ୱ ଓ ମର୍ଯ୍ୟାଦା ବଜାଇ ରଖିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ ।
ବ୍ଲକ ସଭାପତି କପିଳ ମିଶ୍ରଙ୍କ ସମେତ ଓଳାଭର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମିଶ୍ର, ବିଶିଷ୍ଟକବି ଦୟାନିଧି ଦାଶ ପ୍ରମୁଖ ବ୍ରାହ୍ମଣ ସମାଜର ବିଭିନ୍ନ ସମସ୍ୟା ଉପରେ ମତ ରଖିଥିଲେ । ଅସିତ୍ କୁମାର ପଣ୍ଡା ଧନ୍ୟବାଦାର୍ପଣ କରିଥିଲେ ।
