ଅସ୍ମିତା ଭାର ଉତ୍ତୋଳନ ଏକ ଦିବସୀୟ ସିଟି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଭୁବନ ୧୧/୧୦/୨୦୨୬(ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲାର ଭୁବନ ବିଜୁ ପଟ୍ଟନାୟକ ଖେଳ ଭବନରେ ଏକ ଦିବସୀୟ ଅସ୍ମିତା ଭାରତ୍ତୋଳନ ସିଟି ଟୁର୍ଣ୍ଣାମେଣ୍ଟର ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ରୂପେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଓ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ କିରାଣୀ କୈଳାସ ଚନ୍ଦ୍ର ବେହେରା ଉପସ୍ଥିତ ରହିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୫୦ ରୁ ଉର୍ଦ୍ଧ କ୍ରିଡ଼ା ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସର୍ବମୋଟ ଆଠଗୋଟି ବିଭାଗ ରେ ୨୪ ଟି ପଦକ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥିସହିତ ଏହି ଅବସରରେ ଯୁବ ମହିଳା କ୍ରିକେଟର ସୁଭଦ୍ରା ମାଝୀଙ୍କୁ ସମ୍ମାନିତ କରାଯାଇଥିଲା ।

୫୩ କିଲୋ ଗ୍ରାମ ରେ ସୋମ୍ୟା ସାଗରିକା ସାହୁ ଓ ୪୮ କିଲୋଗ୍ରାମ ଦେବାଂଶୀ ପ୍ରିୟଦର୍ଶିନୀ ସ୍ୱର୍ଣ୍ଣ ପଦକ ବିଜେତା, ୪୪ କିଲୋଗ୍ରାମ ବର୍ଗରେ ସୋନାଭି ରାଉତ କାଂସ୍ୟ ପଦକ, ୬୯ କିଲୋଗ୍ରାମ ବର୍ଗରେ ଶୁଭଶ୍ରୀ ପରିଡ଼ା ସ୍ୱର୍ଣ୍ଣ, ୬୧ କିଲୋଗ୍ରାମ ବର୍ଗରେ ସାଇ ଶାଶ୍ୱତୀ ସାମଲ ତିନୋଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୪୫ କିଲୋଗ୍ରାମ ବର୍ଗରେ ପୂର୍ଣ୍ଣିମା ମଲ୍ଲିକ ସ୍ୱର୍ଣ୍ଣ ପଦକ, ୪୫ କିଲୋଗ୍ରାମ ବର୍ଗରେ ସ୍ନେହାରାଣୀ ସେଠି ସ୍ୱର୍ଣ୍ଣ, ୪୯ କିଲୋଗ୍ରାମ ବର୍ଗରେ ସୋନାଲୀ ମଲ୍ଲିକ ରୋପ୍ୟ ପଦକ, ୬୧ କିଲୋଗ୍ରାମ ବର୍ଗରେ ମାମାଲୀ ଦଳେଇ ତିନୋଟି ରୋପ୍ୟ ପଦକ, ୫୩ କିଲୋଗ୍ରାମ ବର୍ଗରେ ମୋନାଲିସା ସାହୁ ତିନୋଟି ସ୍ୱର୍ଣ୍ଣ, ୬୯ କିଲୋଗ୍ରାମ ବର୍ଗରେ ଡିମ୍ପଲ ନାୟକ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୋପ୍ୟ ପଦକ ବିଜେତା ହୋଇଛନ୍ତି। ଅତିଥି ରୁପେ ରାଜ୍ୟ ଭାର ଉତ୍ତୋଳନ ସଂଘ ସମ୍ପାଦକ ଗୋପାଳ କୃଷ୍ଣ ଦାସ, କେ ରବି କୁମାର, ସଂଘ ସଦସ୍ୟ ଜାନକୀ ବଲ୍ଲଭ, ସୋମ୍ଯ ରଞ୍ଜନ ଖୁଣ୍ଟିଆ ପ୍ରମୁଖ ଟୁର୍ଣ୍ଣାମେଣ୍ଟର ପରିଚାଳନା କରିଥିଲେ ।

  ଶେଷରେ ବିଜୁ ପଟ୍ଟନାୟକ ଖେଳ ଭବନ ଭୁବନ ର ପରିଚାଳକ ତଥା ଭାର ଉତ୍ତୋଳନ ପ୍ରଶିକ୍ଷକ ବିଶ୍ୱଜିତ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *