ରୁରାଲ ଡେଭଲପମେଣ୍ଟ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ରାଉରକେଲା, ୨୩/୦୩/୨୦୨୪ (ଓଡ଼ିଶା ସମାଚାର)- ଲେଡିଲାୟନ ସଂଗଠନ ତରଫରୁ ଆୟୋଜିତ ପ୍ରଥମ ରୁରାଲ ଡେଭଲପମେଣ୍ଟ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ସେକ୍ଟର ୬ସ୍ଥିତ ଇସ୍ପାତ ଷ୍ଟାଡିୟମ୍ ଠାରେ ଆୟୋଜିତ ଉଦଯାପନି ଉତ୍ସବରେ  ମୁଖ୍ୟ ଅତିଥି ଭାବେ ଆରଏସପି ର କାର୍ମିକ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏସ ଆର ସୂର୍ଯ୍ୟବଂଶୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ  ସୁନୀଲ କୟାଲ,ଜିତେନ୍ଦ୍ର ପ୍ରସାଦ, ପ୍ରଫୁଲ ସୁନାନୀ, ଖଦାଲ ସେଠି, ଫାଦର ବେନଚାନ ପିଟର, ପ୍ରଫୁଲ୍ଲ ପରିଜା, ସୁମ୍ମିତ କଂସାରୀ , ନାରାୟଣ ବାରିକ, ସବିତା ଖାତୁନ, ଚେତନ କୁମାର ବାସୁଦେବ, ମମତା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ୩୨ ଟି ଦଳକୁ ନେଇ ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚରେ ଟିଚର୍ସ କଲୋନୀ ଟ୍ରାଇବ୍ରେକର ସୁଟ ରେ ଏନଜେୱଇଏସ ଲାଇଙ୍ଗ ଗୃହକୁ ପରାସ୍ତ କରି ଚମ୍ପିୟାନ ହେବା ସହ ଚମ୍ପିୟାନ ଟ୍ରଫି ସହ ୩୦ ହଜାର ନଗଦ ଅର୍ଥ ପୁରସ୍କାର ଲାଭ କରିଥିଲେ। ସେହିପରି ରନର୍ସ ଅପ୍ ଦଳ ଏନଜେୱଇଏସ ଦଳକୁ ରନର୍ସ ଅପ୍ ଟ୍ରଫି ସହ ନଗଦ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ତୃତୀୟ ଦଳ ଭାବେ କୁକୁଡ଼ମୁଣ୍ଡା ଗୃପ ଓ ଚତୁର୍ଥ ଦଳ ଭାବେ ୟୁଥ କ୍ଲବ ନାଇନ କୁ ସିଲ୍ଡ ପ୍ରଦାନ କରାଯାଇଥିଲା। ସେହିପରି ବରିଷ୍ଠ ବିଭାଗରେ ଜଲଦା ଦଳ ଫିଟନେସ କ୍ଲବ କୁ ୩-୦ ରେ ହରାଇ ସିଲ୍ଡ ଲାଭ କରିଥିଲା।  ଶୁଭଶ୍ରୀ ଦାସ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲେଡି ଲାୟନର ସଭାପତି ବନ୍ଦିତା ମହନ୍ତ ଓ ସମ୍ପାଦିକା ସ୍ନେହଲତା ଗନ୍ତାଘରିଆ ଅତିଥି ମାନଙ୍କୁ ପୁଷ୍ପ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଗଣ ଲେଡି ଲାୟନ ର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ହିମାନ୍ୟୁଟି ଫାଉଣ୍ଡେସନ ର ସଦସ୍ୟ ଓ ବିଭିନ୍ନ ଅନୁଷ୍ଠାନର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।  ପୂର୍ବରୁ ଅନୁଷ୍ଠାନ ତରଫରୁ ବିଶ୍ବ ମହିଳା ଦିବସ ପାଳନ କରାଯାଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳା ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଲେଡିଲାୟନ ର ସମସ୍ତ ସଦସ୍ୟା ସ୍ନେହଲତା, ଧାନମୟ, ପୁଷ୍ପାଞ୍ଜଳି, ରେଖା ଗୁପ୍ତା, ସରିକା ମହାତ, ରଶ୍ମିବାଳା, ଲଷ୍ମୀ, ଅନୁପମା, ଫୁଲମାନୀ, ନିତାଞ୍ଜଳୀ ପରିଡ଼ା,କର୍ମିଲା ମାହତୋ, ସଭାପତି ବନ୍ଦିତା ମହନ୍ତ ସମେତ ବହୁ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *