କେନ୍ଦ୍ରାପଡ଼ା, ୧୮/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରପରିଷଦର ପ୍ରାକ୍ତନ କାଉନସିଲର, ବରିଷ୍ଠ କଂଗ୍ରେସ ନେତା ତଥା ସମାଜସେବୀ ବୈଷ୍ଣବ ପଣ୍ଡାଙ୍କ ୭୯ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ବିୟୋଗ ହୋଇଯାଇଛି । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ପୁତ୍ର ବାପି, ପପି ଓ କାଳିଆ, ଝିଅ, ଜ୍ୱାଇଁ,ନାତି, ନାତୁଣୀଙ୍କ ସମେତ ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ପୌରାଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଭାବରେ ପରିଚିତ ଥିଲେ ।
ତାଙ୍କ ବିୟୋଗ ଖବର ପାଇ ବିଧାୟକ ଗଣେଶ୍ୱର ବେହେରା, ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ଯୁବନେତା ରାଜେଶ ପଣ୍ଡା, ସମାଜସେବୀ ରଞ୍ଜିତ ସାହୁ, କାଉନସିଲର ନିରାକାର ସ୍ୱାଇଁ, ପୂର୍ବତନ କାଉନସିଲର ସୌମେନ୍ଦ୍ର ପୃଷ୍ଟି, ହିରଣ୍ୟ ପଣ୍ଡା, ପ୍ରକାଶ ପରିଡା, ଦେବେନ୍ଦ୍ର ରାଉତ,ଶରତ ବେହୁରା, ହିବଜୁର ରହେମାନ, ଧିରେନ ସାହୁ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଦାସ, ହିମାଂଶୁ ପଣ୍ଡା, ସଞ୍ଜୟ ରାଉତ, ମୀର ମୁର୍ଶିଦ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ମହେଶ୍ୱର ପଣ୍ଡା ମୁଖାଗ୍ନି ଦେଇଥିଲେ ।
