ଯାଜପୁର ୧୦/୧୦/୨୦୨୬(ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଟାଉନ ସ୍ଥିତ ଜିଲ୍ଲା କରାଗାର ଠାରେ ପ୍ରାଧିକରଣ ସଚିବ ଲିପା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ ସହିତ ଆଇନ୍ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି।
ଏଥିରେ ଅଂଶୁମାନ ରଥ ଏଲ୍ ଆର୍ ଏଲ୍ ଟି ଭି, ବିଣାପାଣୀ ତାଣ୍ଡି ଜେ ଏମ୍ ଏଫ୍ ସି, ଡା. ମନୋଜ କୁମାର ସେନାପତି ଅତିରିକ୍ତ ସ୍ବାସ୍ଥ୍ୟ ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଡ. ରୁଦ୍ରନାରାୟଣ ପୃଷ୍ଟି ପ୍ରାକ୍ତନ ପ୍ରାଧିକରଣ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା, ସନ୍ତୋଷ କୁମାର ପାଠକ ମନୋବିଜ୍ଞାନୀ ପ୍ରମୁଖ ଅତିଥି ଆଲୋଚକ ଭାବେ ଯୋଗଦେଇ ୧୯୯୨ ମସିହାରୁ ପାଳିତ ହେଉଥିବା ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସର ମହତ୍ତ୍ବ ତହିଁରେ ସରକାର ଓ ସାଧାରଣ ନାଗରିକଙ୍କ ଦାୟିତ୍ୱ ଓ ଚଳିତ ବର୍ଷ ର କଥାବସ୍ତୁ ପ୍ରତ୍ୟେକ ମନର କଥା ଶୁଣାଯିବ। କେବଳ ସାନ୍ତ୍ୱନା ନୁହେଁ ଯଥୋଚିତ ନ୍ୟାୟ କିପରି ମିଳିବ ସେ ବିଷୟ ରେ ଆଲୋଚନା କରାଯିବା ସହିତ ସୁବାସ ଚକମା ବନାମ ଭାରତ ସରକାର ଏବଂ ଅନ୍ୟମାନେ ପରମାଦେଶ ଯାଚିକା ସଂଖ୍ୟା ୧୦୮୨ମସିହା ୨୦୨୦ ର ସୂଚନା ଦିଆଯଇଥିଲା।
ବିଶେଷ ଭାବେ ଜାତୀୟ ଆଇନ୍ ସେବା ପ୍ରାଧିକରଣଙ୍କ ୨୦୨୪ ମସିହା ମନୋନ୍ୟାୟ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ କାରାଗାର ଅନ୍ତେବାସୀ ମାନେ ଯାହାକିଛି ଜାଣିବାକୁ ଚାହିଁଥିଲେ ପ୍ରାଧିକରଣ ସଚିବ ସେସବୁ ସନ୍ତୋଷଜନକ ଭାବେ ଜଣାଇ ଥିଲେ। ମୁଖ୍ୟଦପ୍ତର ଚିକିତ୍ସାଳୟର ଡାକ୍ତର ମନସ୍ବିନୀ ସାମଲ ଓ ଡାକ୍ତର ଦିବ୍ୟରଞନ ସାମଲ ଅନ୍ତେବାସୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରି ଆବଶ୍ଯକ ପରାମର୍ଶ ଦେଇଥିଲେ। ଭାରପ୍ରାପ୍ତ କାରାଧ୍ୟକ୍ଷ ପ୍ରଭାସ ରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ତେବାସୀ ମାନେ ଆଜିର ଦିବସଟିକୁ ସ୍ମରଣୀୟ ରଖିବାପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ ଓ କାରାଗାରର କର୍ମଚାରୀମାନେ ସହଯୋଗ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
