ମାଗଣା ସ୍ବାସ୍ଥ୍ୟ ଶିବିର

ଭୁବନେଶ୍ୱର,୦୫/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସତ୍ୟନଗର ଲେଡିଜ୍ ଫୋରମ୍ ଓ ଆପୋଲୋ ହସ୍ପିଟାଲ ର ମିଳିତ ଆନୁକୂଲ୍ୟରେ ଆଜି ‌ସକାଳ୯ଟାରେ ଆଇ ଆଇ ଏମ୍ ଏସ୍ ଠାରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର ରେ ମହିଳା ମାନଙ୍କ ର ଲୋହିତ ରକ୍ତ କଣିକାର ସମସ୍ତ ପରୀକ୍ଷା କରାଯାଇଥିଲା। ଏହାଛଡା ଇ ସି ଜି ପରୀକ୍ଷା କରାଯାଇଥିଲା।

ଏଥିରେ ପ୍ରାୟ ୭୦ ଜଣ ମହିଳାଙ୍କ ର ପରୀକ୍ଷା କରାଯାଇଥିଲା। ଏହି ଶିବିର ରେ ଆଇ ଆଇ ଏମ୍ ଏସ୍ ର ପ୍ରିନସିପାଲ୍, ଡାଇରେକ୍ଟର ଏବଂ ସମସ୍ତ ଫାକଲଟି ମାନେ ଯୋଗଦାନ କରିଥିଲେ। ଆପୋଲୋ ହସ୍ପିଟାଲ ର ଡାକ୍ତର ଏବଂ ଷ୍ଟାଫ୍ ମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସତ୍ୟନଗର ଲେଡିଜ୍ ଫୋରମ୍ ସମ୍ପାଦିକା ଅନୁରାଧା ଦାଶ ଏବଂ ସଦସ୍ୟା କିରଣବାଳା ମିଶ୍ର ସହଯୋଗ ର ହାତ ବଢ଼େଇଥିଲେ।

Leave a Reply

Your email address will not be published. Required fields are marked *