ଉତ୍କଳମଣି ଗୋପବନ୍ଧୁ ଥିଲେ ସମାଜସେବା ଓ ସାମ୍ବାଦିକତାର ସର୍ବକାଳୀନ ଆଦର୍ଶ

ଭୁବନେଶ୍ୱର,୦୯/୧୦/୨୦୨୬(ଓଡ଼ିଶା ସମାଚାର)-ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ, ସାମ୍ବାଦିକତା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଶିକ୍ଷା ତଥା ସମଗ୍ର ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ ବ୍ୟକ୍ତିତ୍ୱ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୫୦ତମ ଜୟନ୍ତୀ ସ୍ଥାନୀୟ ୟୁନିଟ-୮ସ୍ଥିତ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି·ରଣ କାର୍ୟ୍ୟକ୍ରମ ବରିଷ୍ଠ ସାମ୍ବାଦିକ, ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ।

ସ୍ମୃତି·ରଣ ପୂର୍ବକ ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ ଯେ ଗୋପବନ୍ଧୁ କେବଳ ଉତ୍କଳମଣି ନୁହଁନ୍ତି, ସେ ଥିଲେ ବିଶ୍ୱମଣି । ବନ୍ୟାରେ ବହୁ ସାଧାରଣ ଜନତାଙ୍କୁ ଖାଦ୍ୟ ବଣ୍ଟନ କରିବା, ସ୍ୱାଧୀନତା ପାଇଁ ଲଢେଇ କରିବା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପାଇଁ ବହୁ ଅବଦାନ ସହିତ, ବକୁଳବନ ପ୍ରତିଷ୍ଠା, ସାମ୍ବାଦିକତା, ସମ୍ବାଦକୁ ନୂତନ ଦିଗଦର୍ଶନ ଦେବା ସହିତ ଆଗାମୀ ପୀଢ଼ିଙ୍କ ପାଇଁ ତାଙ୍କ ସମାଜ ସେବା, ତ୍ୟାଗ, ନିଷ୍ଠା ପ୍ରମୁଖ ଚୀରସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ ।

ଅନ୍ୟ ପୂଜ୍ୟପୂଜା ପ୍ରାଣ ମାନଙ୍କ ମଧ୍ୟରେ ସମାଜସେବୀ ମନୋରଞ୍ଜନ ମହାନ୍ତି, କାମଦେବ ମହାପାତ୍ର, ପତ୍ରକାର, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସାଧୁଚରଣ ବେହେରା,ଅମିତ ପାଲ ସିଂ, ସଂଯୋଜକ ବାପୁ ଓଝା ପ୍ରମୁଖ ଉପସ୍ଥିତ ରହିବା ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ କରାଯିବା ନେଇ ପୁଜ୍ୟପୂଜା ପ୍ରାଣ, ସମାଜସେବୀ ସଞ୍ଜୟ ପରିଡାଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ “ଗୋପବନ୍ଧୁ ସ୍ମୃତି ସମ୍ମାନ “ପ୍ରଦାନ କରାଯାଇଥିଲା ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *