ଭୁବନ,୦୯/୧୦/୨୦୨୬(ଓଡ଼ିଶା ସମାଚାର)-ଭୁବନ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଶୁକ୍ରବାର ଦିନ ବ୍ଲକ ସ୍ତରୀୟ ସେବା ସଂକଳ୍ପ ଅଭିଯାନ “ସେବା ସେତୁ ଶିବିର” ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ ହୋଇଥିଲା ।
ବିଡ଼ିଓ ଶ୍ରୀମତୀ ଆୟୁଷି ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଙ୍କ ପ୍ରତିନିଧି ସଞ୍ଜୟ କୁମାର ଦାସ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ଦ୍ୱିବେଦୀ ଓ ଜିଲ୍ଲା ପରିଷଦ ସଭ୍ୟ ସୁବାସ ମାଝୀ ଯୋଗଦେଇଥିଲେ । ଡବ୍ଲ୍ୟୁ ଇ ଓ ଅକ୍ଷୟ କୁମାର ବଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମୁକେଶ ରଥ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।
ଏହି ଶିବିର ରେ ୧୨ ଜଣଙ୍କୁ ରାସନ କାର୍ଡ,୧୦ ଜଣଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ,୨ ଜଣଙ୍କୁ ମତ୍ସ୍ୟ ପୋଖରୀ ନିମନ୍ତେ କାର୍ଯ୍ୟାଦେଶ,୫ ଜଣଙ୍କୁ ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ,୧୪ ଜଣଙ୍କୁ ଆୟୁଷ୍ମାନ କାର୍ଡ,୫ ଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ ଲକ୍ଷପତି ଦିଦି ଯୋଜନାରେ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହି ଶିବିରରେ ସମୁଦାୟ ୨୫୦ ଜଣ ମହିଳା,ପୁରୁଷ ଯୋଗଦେଇଥିଲେ ।
