ପାଟକୁରା,୧୭/୦୩/୨୦୨୫ (ଓଡିଶା ସମାଚାର )- ଗରଦପୁର ବ୍ଳକ ବେଡାରୀ ଗ୍ରାମରେ ଦୋଳ ପୁର୍ଣିମା ଦିନ ଠାରୁ ରାଧାକୃଷ୍ଣ ମେଲଣ ଅନୁଷ୍ଠିତ ହେଉଛି । ବେଡାରୀ ଗ୍ରାମରେ ଥିବା ଷାଠିଏ ଗୋଟି ରାଧାକୃଷ୍ଣଙ୍କ ଠାରେ ସମର୍ପିତ ଗୋପାଳ ପରିବାରର ସଦସ୍ୟ ମାନେ ରାଧା ମାଧବ ପୂଜାକମିଟି ଗଠନ କରି ସେମାନଙ୍କ ଆରାଧ୍ୟ ଦେବତା ରାଧାକୃଷ୍ଣଙ୍କ ମେଲଣ ଗତବର୍ଷ ଠାରୁ ଆରମ୍ଭ କରିଛନ୍ତି । 

ବେଡାରୀ ବଜ୍ରମହାକାଳୀ ମଣ୍ଡପ ନିକଟରେ ରାଧାକୃଷ୍ଣଙ୍କ ମୃଣୟୀ ମୂର୍ତ୍ତି ପୂଜା ମଣ୍ଡପରେ ରଙ୍ଗବେରଙ୍ଗର ଆଲୋକ ସଜାରେ ବେଶ ଆକାର୍ଷଣୀୟ ଦେଖାଯାଉଛନ୍ତି । ଦୈନିକ ସକାଳେ, ମଧ୍ୟାନରେ ଓ ରାତିରେ ଠାକୁରଙ୍କ ପୂଜା ନୀତିନିୟମ ଅନୁଯାଇ ହେଉଛି । ଦୈନିକ ସଂଧ୍ୟ।ରେ ଭଜନ କୀର୍ତନ, ଲଉଡ଼ି ଖେଳ ହେଉଛି । ଆଖ ପାଖ ଗ୍ରାମରୁ ଶ୍ରଦ୍ଧାଳୁ ମାନେ ଦିଅଦର୍ଶନ କରିବାପାଇଁ ଏଠାକୁ ଆସୁଛନ୍ତି ଏବଂ ଲଉଡ଼ି ଖେଳ ଦେଖୁଛନ୍ତି ।
ଆଜି କେନ୍ଦ୍ରାପଡା ରୁ ଦୁଇ ଦଳ, ଜଗତସିଂହପୁରରୁ ୨ଦଳ ଓ ବେଡାରୀ ଗ୍ରାମରୁ ଗୋଟିଏ ଦଳ ଲଉଡ଼ି ଖେଳିବେ । ଏଥିପାଇଁ ଆୟୋଜକ ମାନେ ସମସ୍ତ ବ୍ୟବସ୍ଥା କରିଛନ୍ତି । ଆଜି ପାଞ୍ଚୋଟି ଦଳ ଲଉଡ଼ି ଖେଳିବା ପରେ ଠାକୁରଙ୍କ ବିସର୍ଜନ ପୂଜା କରାଯିବ । 

ଗ୍ରାମର ସୁରେଶ ଚନ୍ଦ୍ର ଦାଶ, ଗୋପବନ୍ଧୁ ଦାଶ, ଅରକ୍ଷିତ ବେହେରା, ନୃସିଂହ ବେହେରା, ମାନସ ଦାଶ, ଅଗଣୀ ଦାଶ, ଗଙ୍ଗାଧର ଦାଶ, ମହେଶ୍ୱର ଦାଶ, ମନୋଜ ବେହେରା, ଅନାମ ଦାଶ, ଯଦୁମଣି ବେହେରା, ଅକ୍ଷୟ ବେହେରା, ପ୍ରଦୀପ ବେହେରା, ଅଭୟ ବେହେରା, ଆଲୋକ ବେହେରା,ଆଦିକନ୍ଦ ଦାଶ, ମଧୁ ବେହେରା, ନାରଣ ବେହେରା, ରଞ୍ଜନ ଦାଶ, ତ୍ରୈଲୋକ୍ୟ ନାଥ ବେହେରା,ପବିତ୍ର ବେହେରା, ରାଜକିଶୋର ଦାଶ,ଅରକ୍ଷିତ ଦାଶ,ଗଗନ ଦାଶଙ୍କ ସମେତ ସମସ୍ତ ମୁରବି ମାନେ ରାଧାକୃଷ୍ଣ ଙ୍କ ମେଲଣ କାର୍ଯ୍ୟ ପରିଚାଳନା କରୁଛନ୍ତି ଓ ଷାଠିଏ ଗୋଟି ଗୋପାଳ ପରିବାରଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟ ହେଉଛି ବୋଲି ପୂଜା ଦାଇତ୍ୱରେ ଥିବା ମାନସ ଦାଶ ସୂଚନା ଦେଇଛନ୍ତି ।
