କଟକ ସଦର,୨୭/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ କିଶନନଗର ଥାନାରେ ଅବସ୍ଥାପିତ ହେବାର ମାତ୍ର ବର୍ଷକ ମଧ୍ୟରେ ଆଇନ୍ ଶୃଙ୍ଖଳା ଵ୍ୟଵ୍ୟସ୍ଥା ସୁଧାର ଆଣିଥିବା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷିକା ଲେଡୀ ସିଂଘମ୍ ଦୂର୍ଗେଶ ନନ୍ଦିନୀ ମହାନ୍ତି ଇତିମଧ୍ୟରେ ଜନସାଧାରଣ ଙ୍କ ଆସ୍ଥା ଭାଜନ ହେବାରେ ଲାଗିଛନ୍ତି। ଏହି ଅବସରରେ ‘ଓଡିଶା ସମାଚାର’ କୁ ସାକ୍ଷାତକାର ଦେବା ଵେଳେ ଦୂର୍ଗେଶ ନନ୍ଦିନୀ କହିଛନ୍ତି ଯେ ଜନସାଧାରଣ ସେମାନଙ୍କ ର ଯେ କୈ।ଣସି ସମସ୍ୟାକୁ ନେଇ ସିଧାସଳଖ ମୋ ସହିତ ସାକ୍ଷାତ କରି ଆଲୋଚନା କରିବା ଉଚିତ୍ ହେବ।
ସବୁ କ୍ଷେତ୍ରରେ କିଛି ତଥାକଥିତ କୁଜି ନେତା ବାରମ୍ବାର ଥାନା କୁ ଆସି ଚାପ ସୃଷ୍ଟି କରୁଥିବା କୁ ନେଇ ଆଇଆଇସି ଅସନ୍ତୋଷ ପ୍ରକାଶ କରିବା ସହିତ ଆଗାମୀ ଦିନରେ ସେମାନଙ୍କ ଏତାଦୃଶ କାର୍ଯ୍ୟକୁ ଦୃଢ଼ ଭାବେ ବିରୋଧ କରାଯାଇ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯିବ।କିଶନନଗର ଥାନା ରେ ଯେତେ ଦିନ ପର୍ଯ୍ୟନ୍ତ ରହିଛି ବିଶେଷ କରି ଵଦଳି ହୋଇଯିବା ପରେ ମଧ୍ୟ ଥାନା ଛାଡିଵା ର ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଜନସାଧାରଣ ଙ୍କୁ ନ୍ୟାୟ ପ୍ରଦାନ କରୁଥିଵି ବୋଲି ଆମ ପ୍ରତିନିଧି ବିଷ୍ଣୁ ଚରଣ ବେହେରା ଙ୍କୁ ଆଜି ପବିତ୍ର ରଥଯାତ୍ରାରେ କହିଛନ୍ତି। ଆଗକୁ ବିଭିନ୍ନ ସ୍ଥାନରେ ପୋଲିସ ପବ୍ଲିକ ଜନ ସମ୍ପର୍କ ସଭା କରାଯାଇ ଜନସାଧାରଣ ଙ୍କୁ ପୋଲିସ ସହିତ ଯୋଡି ହେବାକୁ ସଚେତନତା କରାଯିବ ବୋଲି କହିଛନ୍ତି।
