ଜଗତସିଂହପୁର,୦୮/୧୦/୨୦୨୬(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ର ନୂତନ OPD ସମ୍ମିଳନୀ କକ୍ଷରେ ୮ ଅକ୍ଟୋବର ୨୦୨୬ ରିଖ ପୂର୍ବାହ୍ନ ୧୧:୦୦ ଘଟିକାରେ ‘JOSH ଟିମ୍’ର ଜାତୀୟ ସ୍ତରୀୟ ଶୁଭାରମ୍ଭ (ଭର୍ଚୁଆଲ୍ ମାଧ୍ୟମରେ) ଏବଂ ଜିଲ୍ଲା ସ୍ତରୀୟ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 
ଏହି କାର୍ଯ୍ୟକ୍ରମ ଜଗତସିଂହପୁରର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସ୍ନିଗ୍ଧା ମୟୀ ମହାନ୍ତି ଏବଂ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ କର୍ମଚାରୀ ଯଥା ଶ୍ରୀ ସୁବ୍ରତ କୁମାର ମହାପାତ୍ର (ADPHCO), ବିପିନ୍ ବିହାରୀ ପାତ୍ର (DPC), ମହମ୍ମଦ ୱାକାର୍ ଅଲି (DPPMC), ସୁଶୀଲ କୁମାର ସ୍ୱାଇଁ (DPMDT) ଓ ହେମନ୍ତ କୁମାର ମୁଦୁଲିଙ୍କ ସମେତ ସମସ୍ତ ବ୍ଲକର STS, ଜିଲ୍ଲା ଯୁବ କାର୍ଯ୍ୟାଳୟର କର୍ମଚାରୀ, NCC କର୍ମଚାରୀ, ‘MY Bharat’ର ସ୍ୱେଚ୍ଛାସେବୀ, NCC କ୍ୟାଡେଟ୍ ଏବଂ ଜିଲ୍ଲାର ଯକ୍ଷ୍ମା ରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିବିଶେଷ (TB Vijetas) ଅଂଶଗ୍ରହଣ କରିଥିଲେ।
ଜିଲ୍ଲା ସ୍ତରୀୟ JOSH ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା NCC କ୍ୟାଡେଟ୍ ଏବଂ MY Bharat Volunteers ମାନଙ୍କୁ ଯକ୍ଷ୍ମା (TB) ରୋଗ ସମ୍ପର୍କରେ ଏକ ସଚେତନତା ଓ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ କରାଯାଇଥିଲା।ଏହି ଓରିଏଣ୍ଟେସନ୍ରେ TB ର ପ୍ରମୁଖ ଲକ୍ଷଣ ଓ ସଙ୍କେତ, ଯକ୍ଷ୍ମା ରୋଗ କିପରି ବ୍ୟାପିଥାଏ, ରୋଗର ଶୀଘ୍ର ଚିହ୍ନଟ ଓ ପରୀକ୍ଷାର ଗୁରୁତ୍ୱ ଏବଂ TB ନିୟନ୍ତ୍ରଣରେ ସମୁଦାୟର ଭୂମିକା ବିଷୟରେ ବିସ୍ତୃତ ଭାବେ ବୁଝାଇ ଦିଆଯାଇଥିଲା।ଏହା ସହିତ NCC କ୍ୟାଡେଟ୍ ଓ MY Bharat Volunteers ମାନେ ବ୍ଲକ୍ ସ୍ତରରେ TB ସଚେତନତା ସୃଷ୍ଟି, ସନ୍ଦିଗ୍ଧ TB ରୋଗୀଙ୍କୁ ଚିହ୍ନଟ କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରୀକ୍ଷା ପାଇଁ ପଠାଇବା ଏବଂ TB ମୁକ୍ତ ଭାରତ ଗଠନରେ ସମୁଦାୟକୁ ସଚେତନ କରିବା ଦିଗରେ କିପରି କାର୍ଯ୍ୟ କରିବେ, ସେ ବିଷୟରେ ମଧ୍ୟ ମାର୍ଗଦର୍ଶନ ଦିଆଯାଇଥିଲା।
ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇଥିବା TB ବିଜେତା (TB Champions) ମାନଙ୍କୁ ସେମାନଙ୍କର ସଂଘର୍ଷ, ସାହସ ଓ TB ସଚେତନତା କ୍ଷେତ୍ରରେ ଅବଦାନ ପାଇଁ CDMO & PHO ଏବଂ ADPHO (TB) ଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀ TB ମୁକ୍ତ ଭାରତ ଗଠନ ପାଇଁ TB Pledge ଗ୍ରହଣ କରିଥିଲେ। TB ବିରୋଧରେ ସଚେତନତା, ସହଯୋଗ ଓ ସାମୂହିକ ପ୍ରୟାସର ସଂକଳ୍ପ ସହିତ କାର୍ଯ୍ୟକ୍ରମର ସଫଳ ସମାପ୍ତି ଘୋଷଣା କରାଯାଇଥିଲା।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
