ଏସସିବି ଅଗ୍ନିକାଣ୍ଡ ଘଟଣା: ବଢ଼ିଲା ତଦନ୍ତ କମିଶନଙ୍କ କାର୍ଯ୍ୟକାଳ

କଟକ, ୧୮/୦୭/୨୦୨୬ (ଓଡ଼ିଶା ସମାଚାର)-କଟକ ଏସସିବି ମେଡିକାଲର ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଗଠିତ ନ୍ୟାୟିକ ତଦନ୍ତ କମିଶନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ପୁଣି ବୃଦ୍ଧି କରିଛନ୍ତି । ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ଏକକ ସଦସ୍ୟ ବିଶିଷ୍ଟ କମିଶନଙ୍କ କାର୍ଯ୍ୟକାଳ ଦୁଇ ମାସ ବୃଦ୍ଧି କରାଯାଇଛି ।

ଆସନ୍ତା ୧୫ ସେପ୍େଟମ୍ବର ତଦନ୍ତ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଧେଶ ରହିଛି । ଗୃହ (ସ୍ୱତନ୍ତ୍ର) ବିଭାଗ ପକ୍ଷରୁ ନୂତନ ବିଜ୍ଞପ୍ତି ଜାରି ହୋଇଛି । ପୂର୍ବରୁ ଲକ୍ଷ୍ମୀଧର ବିଶ୍ୱାଳଙ୍କ ତଦନ୍ତ କମିଶନକୁ ୧୫ ଜୁଲାଇ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ରହିଥିଲା । କିନ୍ତୁ ତଦନ୍ତ ଚାଲିଥିବାରୁ ସରକାର କମିଶନଙ୍କ କାର୍ଯ୍ୟକାଳକୁ ଆହୁରି ଦୁଇ ମାସ ବୃଦ୍ଧି କରିଛନ୍ତି । ଦ୍ୱିତୀୟ ଥର ପାଇଁ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ୧୫ ସେପ୍େଟମ୍ବର ୨୦୨୬ ପର୍ଯ୍ୟନ୍ତ ରିପୋର୍ଟ ଦାଖଲକୁ ସମୟ ସୀମା ଦିଆଯାଇଛି । ଉଲ୍ଲେଖଯୋଗ୍ୟ, ୧୬ ମାର୍ଚ୍ଚ ୨୦୨୬ରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା ।

Leave a Reply

Your email address will not be published. Required fields are marked *