ବିଜେପି ବିଧାୟକ ପ୍ରକାଶ ସେଠୀ ଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟ

କଟକ ସଦର,୧୦/୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡ଼ି ଗଡକୁ ଭାଙ୍ଗି ଚୁରମାର କରି ନୂଆକରି ରାଜନୀତି ରେ ପ୍ରବେଶ କରି ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। ଏହି ପରିପ୍ରେକ୍ଷୀରେ ବିଜେଡ଼ିର କେତେକ ଆଗଧାଡିର କାର୍ଯ୍ୟକର୍ତ୍ତା ଲୁଚି ଛପି ନବନିର୍ବାଚିତ ବିଜେପି ବିଧାୟକ ପ୍ରକାଶ ଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧନା ଜଣାଉଥିବା ବେଳେ କଟକ ଜିଲ୍ଲା ପରିଷଦ ୫ ନମ୍ବର କନ୍ଦରପୁର ଜୋନର ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି ନିର୍ଧାରିତ ସ୍ଥାନ ଧଵଳେଶ୍ୱରଙ୍କ ପୀଠରେ ସମ୍ବର୍ଦ୍ଧନା ଜଣାଇଥିବାକୁ ନେଇ ବିଜେଡ଼ି ମହଲରେ କମ୍ପନ ସୃଷ୍ଟି ହୋଇଛି। ସେହିପରି ନିର୍ବାଚନ ସମୟରେ ପ୍ରହରାଜପୁର ପଞ୍ଚାୟତର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଥିବା ଆସିଫ୍ ଅଲ୍ଲୀ ଖାଁ (ଜାନ) ମଧ୍ୟ ବିଜେଡ଼ି କର୍ମୀଙ୍କ ସହ ଯାଇଁ ସମ୍ବର୍ଦ୍ଧନା ଜଣାଇଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଆହୁରି ଅନେକ ସ୍ୱ।ର୍ଥନେଷୀ ବିଜେଡ଼ି ନେତା ଓ କର୍ମୀ ଦଳ ଯୁଆଡେ ଯାଉଛି ଯାଉ ନ୍ୟାୟରେ ବିଜେପି ବିଧାୟକଙ୍କ ନିକଟତର ହେବାକୁ ଆଗଭର ହେଉଥିବା ଜଣାପଡିଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ବିଜେଡ଼ି ହିଁ ବିଜେପି ର ଜିତିବାରେ ସହାୟକ ହୋଇଛି ଵୋଲି ଅଭିଯୋଗ ହେଉଛି। ଏଣିକି ଆଗାମୀ ଦିନକୁ ଅପେକ୍ଷା ରହିଲା।

Leave a Reply

Your email address will not be published. Required fields are marked *