କଟକ,୦୭/୧୦/୨୦୨୬(ଓଡ଼ିଶା ସମାଚାର)- କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି। ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ଖବର ପାଇ ବାଦାମବାଡ଼ି ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ମୃତ ଯୁବତୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଛାନ୍ଭିନ୍ ଚଳାଇଛି।
କଟକ ସିଟି କଲେଜ ସାମ୍ନା କାଠଯୋଡ଼ି ନଦୀ ପଠାରେ ଜଣେ ମହିଳାଙ୍କ ଚୁଟିକୁ ଧାରୁଆ ଅସ୍ତ୍ରରେ ଲଣ୍ଡା କରି ଇଟାରେ ଛେଚି ହତ୍ୟା କରାଯାଇଛି ।ବୁଧବାର ରାତି ପ୍ରାୟ ୭ ଟା ବେଳେ ନଦୀ ପଠାରେ ଏକ ।ବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସ କୁ ଖବର ଦେଇଥିଲେ । ମହିଳା ଙ୍କ ଦେହରେ ସାଲୱାର ପଂଜାବୀ ଥିବାବେଳେ ମୁଣ୍ଡକୁ ଛେଚି ହତ୍ୟା କରାଯାଇ ପାଖରେ ଇଟା ପଡ଼ିଛି ଓ ରକ୍ତ ବୋହୁଥିଲା । ଏକ ଉଲ କମ୍ବଳ ମଧ୍ୟ ପଡ଼ିଥିଲା । କିଛି ଦୂରରେ ରକ୍ତ ଲଗା ପ୍ଲାଷ୍ଟିକ୍ ମସିଣା ପଡ଼ିଥିଲା । ଏକ ପଲିଥିନ୍ ବ୍ୟାଗ୍ ରେ ସିଲଭର କଡ଼େଇ, ଡ଼ିସପଜେବୁଲ ପ୍ଲେଟ୍, ହଳେ ଚପଲ ଥିଲା । ମୃତ ମହିଳାଙ୍କ ବୟସ ୩୦/୩୫ ହେବ । ମହିଳାଙ୍କ ଡ଼ାହାଣ ହାତରେ ଅଭିନାଶ ଗୌରୀ ଇଂରାଜୀରେ ଲେଖା ହୋଇଛି । ବାମ ହାତରେ ଏଜି ଲେଖା ରହିଛି ।ଏସିପି ଅଶୋକ କୁମାର ଗିରି,ବାଦାମବାଡ଼ି ଥାନା ଆଇଆଇସି ଅଜୟ କୁମାର ରାଉଳ ସନ୍ଧାନୀ କୁକୁର ଓ ସାଇଂଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରିଛନ୍ତି ।
