ଅଣନିଶ୍ୱାସୀ ହୋଇ ୨ ମୃତ! ବହୁ ଆହତ ଚିକିତ୍ସାଧିନ

ହସ୍ପଟାଲ ଯାଇ ଚିକିତ୍ସାରତ ଆହତ ମାନଙ୍କ ଚିକିତ୍ସା ବ୍ୟବସ୍ଥା ବିଷୟରେ ବୁଝିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ
ପୁରୀ, ୧୬/୦୭/୨୦୨୬ (ଓଡ଼ିଶା ସମାଚାର)- ଆଜି ରଥଯାତ୍ରା ସମୟରେ ଅଘଟଣ ଘଟି ୨ ଜଣ ଶ୍ରଦ୍ଧାଳୁଙ୍କର ମୃତୁ୍ୟ ଘଟିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ମରୀଚିକୋଟ ଛକରେ ଅତ୍ୟଧିକ ଭିଡ଼ ହୋଇଥିବାରୁ ଜଣେ ଭକ୍ତ ତଳେ ପଡିଯାଇ ଅଣନିଶ୍ୱାସୀ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଶ୍ରଦ୍ଧାଳୁ ଜଣଙ୍କ କଟକର ବୋଲି ଜଣାଯାଏ ।
ସେହିଭଳି ଅଣନିଶ୍ୱାସୀ କାରଣରୁ ଆଉ ଜଣେ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ଘଟିଥିବା ବେସରକାରୀ ସୂତ୍ରରୁ ପ୍ରକାଶ । ପ୍ରାୟ ୫୦ ରୁ ଅଧିକ ଠେଲାପେଲାରେ ଆହତ ହୋଇ ହସପିଟାଲରେ ଭର୍ତିିର୍ ହୋଇଛନ୍ତି । ଏହି ଅଘଟଣକୁ ରାଜ୍ୟ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି । ଘଟଣା ସମ୍ପର୍କରେ ହସ୍ପଟାଲ ଯାଇ ଚିକିତ୍ସାରତ ଆହତ ମାନଙ୍କୁ ଭେଟି ସେମାନଙ୍କ ଚିକିତ୍ସା ବିଷୟରେ ପଚାରି ବୁଝିବାକୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନର୍ଦେଶ କ୍ରମେ, ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ହସ୍ପିଟାଲକୁ ଯାଇ ମୃତକଙ୍କ ପରିବାରବର୍ଗଙ୍କୁ ଭେଟିବା ସହ ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା ନେଇ ସମୀକ୍ଷା କରିବେ । ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ସୂଚନା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ସରକାର ଏହି ଦୁର୍ଭାଗ୍ୟଜନକ ଅଘଟଣରେ ଗଭୀର ମର୍ମାହତ । ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ଏଭଳି ପରିସ୍ଥିତି ଉପୁଜିବା ଅତ୍ୟନ୍ତ ଦୁଃଖଦାୟକ । ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ଭକ୍ତମାନଙ୍କୁ ସର୍ବୋତମ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ରଥଯାତ୍ରା ପରି ଏକ ବୃହତ୍ କାର୍ଯ୍ୟକ୍ରମରେ ଭକ୍ତଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା, ତେଣୁ ଏହି ଘଟଣାର କାରଣ ଖୋଜି ବାହାର କରିବା
ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ବିଭାଗକୁ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ଅଧିକ ସତର୍କ ରହିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *