Breaking News : ଦିନ ଦ୍ଵିପ୍ରହରରେ ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍

କେନ୍ଦୁଝର, ୧୯/୦୧/୨୦୨୬(ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲା ବଡ଼ବିଲ ଠାରେ ଥିବା ବ୍ୟାଙ୍କ ଅଫ ମହାରାଷ୍ଟ୍ର ରେ ଆଜି ଦିନ ଦ୍ଵିପ୍ରହରରେ ଡକାୟତି ହୋଇଛି। ବନ୍ଧୁକ ମୁନରେ ଡକାୟତମାନେ ୮ଲକ୍ଷ ଟଙ୍କା ସହିତ ୩ ରୁ ୪ କୋଟି ଟଙ୍କାର ସୁନା ଲୁଟି ନେଇ ଥିବା ଆଶଙ୍କା । ବଡ଼ବିଲ-ବଲାଣି ରାସ୍ତାରେ ଏସଡିପିଓଙ୍କ କାର୍ୟ୍ୟାଳୟର କିଛି ଦୂରରେ ଥିବା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରୁ ଏହି ଡକାୟତି ହୋଇଛି ।

ସୂଚନା ଅନୁସାରେ, ବ୍ୟାଙ୍କ ଭିତରେ ଗ୍ରାହକ ଭାବେ ଲୁଟେରା ମାନେ ପଶିଥିଲେ । ବ୍ୟାଙ୍କ ଚଳଚଞ୍ଚଳ ଥିବା ବେଳେ ହଠାତ୍ ୫ରୁ ୬ ଜଣ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରାଇଥିଲେ । ପ୍ରଥମେ ବ୍ୟାଙ୍କରେ ଲାଗିଥିବା ସିସିଟିଭି ଭାଙ୍ଗିବା ସହ ହାର୍ଡଡିସ୍କ ଖୋଲି ଦେଇଥିଲେ । ଏହା ପରେ ବ୍ୟାଙ୍କରେ ଥିବା ଗ୍ରାହକ ଓ ସମସ୍ତ କର୍ମଚାରୀଙ୍କୁ ଗୋଟିଏ ରୁମ୍ ରେ ନେଇ ତାଲା ପକାଇ ଦେଇଥିଲେ । ଆଉ ଲୁଟି ନେଇଥିଲେ ନଗଦ ୮ ଲକ୍ଷ ଟଙ୍କା ସହ ୩ରୁ ୪ କୋଟି ଟଙ୍କାର ସୁନା ଗହଣା । ବ୍ୟାଙ୍କ ଡକାୟତି ପରେ କେନ୍ଦୁଝର ଏସ୍‌ପି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଛାନଭିନ୍ ଚଳାଇଛି ।

Leave a Reply

Your email address will not be published. Required fields are marked *