ଚିତ୍ରୋତ୍ପଳା ନଦୀରେ ଭାଷିଯାଇ ବୃଦ୍ଧ ଙ୍କର ମୃତ୍ୟୁ 

ନିଶ୍ଚିନ୍ତକୋଇଲି, ୧୪/୦୯/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) -କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଚିତ୍ରୋତ୍ପଳା ନଦୀର ବେଣୀରାମପୁର ମହନ୍ତ ଘାଟରେ ଜନୈକ ବୃଦ୍ଧ ଗାଧୋଇବା ବେଳେ ଭାଷିଯାଇ ମୃତ୍ୟୁ ବରଣ କରିଛନ୍ତି । ସୂଚନା ଅନୁଯାଇ, କୃଷ୍ଣଚନ୍ଦ୍ର ସାହୁ ନାମକ ୭୫ ବର୍ଷୀୟ ବୃଦ୍ଧ ନଦୀରେ ଗାଧୋଇବା ବେଳେ ଭାଷି ଯାଇଥିଲେ । ଏହାଜାଣି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ମାନେ ନଦୀରେ ଖୋଜାଖୋଜି କରି ବୃଦ୍ଧ ଙ୍କର ମୃତଦେହ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *