ପାଣିପାଗ : ଦୁଇ ଦିନରେ ଭିଜିପାରେ ୯ ଜିଲା

ଭୁବନେଶ୍ୱର,୦୭/୧୦/୨୦୨୬ (ଓଡ଼ିଶା ସମାଚାର)- ଭିଜିବ ଓଡ଼ିଶା । ଉତର ଓଡିଶାର କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୭ ଓ ୮ ତାରିଖରେ ୯ ଜିଲାକୁ ବର୍ଷା ପାଇଁ ଭୁବନେଶ୍ୱର ଆଂଚଳିବ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋୱାର୍ଣ୍ଣିଂ ଦିଆଯାଇଛି। ଏହାସହ ୨୪ ଘଂଟା ପାଇଁ ୪ ଜିଲା ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱରକୁ ୟେଲୋ ଆଲର୍ଟଜାରି ହୋଇଛି ।

ବିଜୁଳି, ଘଡଘଡି ସହ ପବନର ବେଗ ସ୍ଥାନେ ସ୍ଥାନେ ୩୦ରୁ କିମି ବେଗରେରହିବାର ସମ୍ଭାବନା ରହିଛି । ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁ କହିଛନ୍ତି, ଗଭୀର ଅବପାତ ପରେ ରାଜ୍ୟରେ ପାଗ ଶୁଖିଲା ରହିଛି। ପାଣିପାଗ ନିୟାମକର କୌଣସି ପ୍ରଭାବ ନାହିଁ। ରାଜ୍ୟକୁ ମଧ୍ୟ ଥଣ୍ଡା ପବନ ପ୍ରବେଶ କରୁନାହିଁ। ତେଣୁ, ବିଭିନ୍ନ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ୭ରୁ ୧୦ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ସର୍ବାଧିକ ତାପମାତ୍ରା କମିପାରେ।

Leave a Reply

Your email address will not be published. Required fields are marked *