କେନ୍ଦ୍ରାପଡ଼ା୦୭/୧୦/୨୦୨୬(ଓଡ଼ିଶା ସମାଚାର)- କିଛି ଦିନ ପୂର୍ବରୁ କେନ୍ଦ୍ରାପଡ଼ାର ସାନ୍ତା ସାହି ପୋଲ ନିକଟରେ ଅଭିଆରା ଫାଉଣ୍ଡେସନର ସଦସ୍ୟ ଉମାକାନ୍ତ ଭାଇଙ୍କର ଜଣେ ମୋଚି ମାଉସାଙ୍କ ସହିତ ଦେଖା ହୋଇଥିଲା। କଥାବାର୍ତ୍ତା ସମୟରେ ଜଣାପଡ଼ିଲା ଯେ, K. Nabin Rao ନିଜର ମୋଚି କାମ କରି ପରିବାରର ପେଟ ପୋଷଣ କରନ୍ତି। ଆର୍ଥିକ ଅସୁବିଧା ଓ ଅନେକ ସଂଘର୍ଷ ମଧ୍ୟରେ ତାଙ୍କ ପରିବାର ଜୀବନ ଚାଲିଛି।
ଏହି କଷ୍ଟ ମଧ୍ୟରେ ମଧ୍ୟ ତାଙ୍କର ଏକ ବଡ଼ ଆଶା ହେଉଛି ନାତୁଣୀ K. Sibaniଙ୍କ ପାଠପଢ଼ା। ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ Sibaniଙ୍କ ଶିକ୍ଷା ପାଇଁ ସହଯୋଗର ଆବଶ୍ୟକତା ଥିବା କଥା ଜଣାପଡ଼ିଲା।ଏହି କଥା ଜାଣିବା ପରେ ଅଭିଆରା ଫାଉଣ୍ଡେସନ ଟିମ୍ ତୁରନ୍ତ ଏହି ପରିବାର ପାଖରେ ଠିଆ ହେବାକୁ ନିଷ୍ପତ୍ତି ନେଲା। ଫାଉଣ୍ଡେସନର ଦୁଇ ଓଡିଶା ଭେରିଫିକେସନ ଓ ଫିଲଡ କୋ ମନୋଜ କୁମାର ମଲ୍ଲିକ ଏବଂ ପରିଚାଳନା ଅଧିକାରୀ (ସି ଓ ଓ ) ଉମାକାନ୍ତ ମହନ୍ତ ପରିବାରକୁ ଭେଟି ସେମାନଙ୍କ ଆବଶ୍ୟକତା ବିଷୟରେ ଜାଣିପାରିଲେ ।
K. Nabin Raoଙ୍କ କାମରେ ସହାୟତା ପାଇଁ ତାଙ୍କୁ ଗୋଟିଏ ଛତା ଓ ବସ୍ତ୍ର ପ୍ରଦାନ କରାଯାଇଥିଲା। ସେହିପରି ତାଙ୍କ ନାତୁଣୀ K. Sibaniଙ୍କ ପାଠପଢ଼ା ପାଇଁ ବହି, ଖାତା ଓ ପେନ୍ ପ୍ରଦାନ କରାଯାଇଥିଲା।ଏହା ସହିତ K. Sibaniଙ୍କୁ ଅଭିଆରା ଫାଉଣ୍ଡେସନ ପକ୍ଷରୁ ଅନବୋର୍ଡ କରାଯାଇଛି। ଏଣିକି ତାଙ୍କ ପାଠପଢ଼ା ଜାରି ରଖିବା ପାଇଁ ପ୍ରତିମାସ ଫାଉଣ୍ଡେସନ ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ଏହି ପରିବାରର ସଂଘର୍ଷ ମଧ୍ୟରେ Sibaniଙ୍କ ଶିକ୍ଷାର ସ୍ୱପ୍ନକୁ ଆଗକୁ ନେବା ହେଉଛି ଆମର ଛୋଟ ପ୍ରୟାସ।
ଆମର ବିଶ୍ୱାସ—ଏକ ଶିଶୁର ହାତରେ ବହି ଦେବା ମାନେ କେବଳ ତାକୁ ଶିକ୍ଷାର ସାମଗ୍ରୀ ଦେବା ନୁହେଁ, ବରଂ ତାର ଭବିଷ୍ୟତକୁ ଏକ ନୂଆ ଦିଗ ଦେବା। ଆଜିର ଏହି ଛୋଟ ସହଯୋଗ ଦିନେ ଦିନେ K. Sibaniଙ୍କ ସ୍ୱପ୍ନକୁ ସଫଳତାର ରାସ୍ତା ଦେଖାଉ—ଏହା ହିଁ ଅଭିଆରା ଫାଉଣ୍ଡେସନର ଆଶା।
