ଜୁନାଗଡ , ୦୧/୦୨/୨୦୨୪ (ଓଡିଶା ସମାଚାର/ ରାକେଶ ବେମାଲ ) – ଜୁନାଗଡ ସହର ସ୍ଥିତ ମିକି ଇଲେ୍ଟ୍ରୋନିକ୍ସ ଦୋକାନ ନିକଟ ରେ ଏନ୍ ଏଚ୍ ୨୬ ଜାତୀୟ ରାଜପଥ ଉପରେ ଏକ ଅଜଣା ବାଇକ ଧକ୍କା ରେ ଶିକ୍ଷକ ରାଜେନ୍ଦ୍ର ମହାନ୍ତି(୫୨) ଙ୍କ ମୃତ୍ୟୁ ଘଟିଥିଲା । ଘଟଣା ରୁ ପ୍ରକାଶ ଜେ ଗତ ଜାନୁଆରୀ ମାସ ୩୦ ତାରିଖ ରେ ଅପରାହ୍ନ ୪ ଟା ସମୟ ରେ ଏହି ଘଟଣା ଟି ଘଟିଥିଲା। ରାଜେନ୍ଦ୍ର ମହାନ୍ତି ମାଟି ଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୋଲି ଗାଁ ରେ ପ୍ରଧାନ ଶିକ୍ଷକ ଭାବ ରେ କାର୍ଯ୍ୟରତ ଥିଲେ ।
ଏହା ସମ୍ବନ୍ଧ ରେ ଜୁନାଗଡ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଙ୍କୁ ପଚରାଯିବାରୁ ତଦନ୍ତ ଚାଲିଥିବା ଜଣାଇଛନ୍ତି। ଶୋକକୁଳ ପାରିବାର ବର୍ଗ ଙ୍କୁ ସ୍ଥାନୀୟ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଜୁନାଗଡ ସାମ୍ବାଦିକ ସଙ୍ଘ ସଭାପତି ହିମାଂଶୁ ଶେଖର ବରାଡ, କେଡି.ୟୁ.ଜେ ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ସିଂ ଦେଓ, ଜିଲ୍ଲା ଶିକ୍ଷକ ସଂଘ ସଭାପତି ମନୋରଂଜନ ପାଣିଗ୍ରାହୀ, ଉପଦେଷ୍ଟା ବିଜୟ କୁମାର ପାଢ଼ୀ ଏବଂ ବିଭିନ୍ନ ମହଲ ରୁ ଶୋକ ପ୍ରକାଶ ପାଇଛି। ଏହି ପରି ଦୁର୍ଘଟଣା କୁ ରୋକିବା ପାଇଁ ଏବଂ ସହର ରେ ଟ୍ରାଫିକ ବ୍ୟବସ୍ଥା କୁ କଡାକଡି କରିବା ପାଇଁ ଜୁନାଗଡ ସାମ୍ବାଦିକ ସଂଘ ପକ୍ଷ ରୁ ଦାବି କରଯାଇଛି।
