କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

ଯାଜପୁର ,୧୨/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର )-  କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ. ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭୀନିତ ଅଗ୍ରୱାଲ ଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଶିବିରକୁ ମୋଟ ଅଭିଯୋଗ ୪୩ ଗୋଟି ଆସିଥିବା ବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୨୨ଗୋଟି ଏବଂ ସମୁହ ଅଭିଯୋଗ ୩ଗୋଟି ଥିଲା।

 ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସହାୟତା ଜନିତ୧୧ଗୋଟି ଓ ରେଡକ୍ରସ ପାଣ୍ଠିରୁ ସହାୟତା ପାଇଁ ୭ ଗୋଟି ଅଭିଯୋଗ ଥିଲା। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅଭିଯୋଗ ସ୍ଥଳରେ ୧୮ ଗୋଟି ଅଭିଯୋଗର ତ୍ୱରିତ ସମାଧାନ କରିଥିଲେ। ଅଭିଯୋଗ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗ ନଗର ଶ୍ରୀ ଲଙ୍କେଶ୍ଵର୍ ଅମାତ, ଉପ ଜିଲ୍ଲାପାଳ ଶ୍ରୀ  ଅଂଶୁ ମାନ ଶତପଥୀ,ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,ଯାଜପୁର ଶ୍ରୀମତୀ ରଶ୍ମିରେଖା ପ୍ରଧାନ, ଆସିଷ୍ଟାଣ୍ଟ କଲେକ୍ଟର, ସାଧାରଣ ଓ ବିବିଧ ଶ୍ରୀ ଅଶୋକ କୁମାର ବେହେରା, ଅବକାରୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର କୁମାର ଜେନା, ବେସାମରିକ ଯୋଗାଣ ଅଧିକାରୀ ସଳାଉଦ୍ଦିନ ଖାଁ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ, ଯାଜପୁର, ଜ୍ଞାନରଞ୍ଜନ ନାୟକ, ଅଗ୍ରଣୀ ବ୍ୟାଙ୍କ୍ ପରିଚାଳକ ଶ୍ରୀ ଦିଲ୍ଲୀପ କୁମାର ଭୁୟାଁ, ଅଧିକ୍ଷଣ ଯନ୍ତ୍ରୀ, ଜାରକା ଖଣ୍ଡ ଇଞ୍ଜିନିୟର କାମଦେବ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର, ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି ଶ୍ରୀ ରାଧେଶ୍ୟାମ ବେହେରା, ଉପଖଣ୍ଡ ଅଧିକାରୀ, ଜଳନିଷ୍କାସନ ଖଣ୍ଡ, ଯାଜପୁର, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ,ଶ୍ରୀ ଉଦିପ୍ତ କୁମାର ତ୍ରିପାଠୀ, ତହସିଲଦାର, ବ୍ୟାସ ନଗର ଶ୍ରୀ ଦେବାଶିଷ ରାଉତ, ନିର୍ବାହୀ ଅଧିକାରୀ, ବ୍ୟାସନଗର ପୌରପରିଷଦ ଶ୍ରୀ ତରୁଣ କୁମାର ମହାପାତ୍ର,ବି ଡି ଓ କୋରାଇ ଶ୍ରୀ ଅଶୋକ କୁମାର ମାଝୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ରବୀନ୍ଦ୍ର ନାଥ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସବିତା ଚ୍ୟାଉ ପଟ୍ଟନାୟକ, ସି ଡି ଭି ଓ, ଡ. ଶ୍ରୀନିବାସ କର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି,ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ଶ୍ରୀ  ପ୍ରଦୀପ କୁମାର ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀ ଶରତ ଚନ୍ଦ୍ର ବେହେରା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *