ପଥର ମାଫିଆଙ୍କ ସଟ କଟ ଗୋଳବାଈ – ନିରାକାରପୁର ରାସ୍ତା

ନିରାକାରପୁର, ୧୪/୦୩/୨୦୨୪ (ଓଡ଼ିଶା ସମାଚାର)- ପୋଲିସ,ଖଣି ନିଗମ ଓ ରାଜସ୍ବ ବିଭାଗ କୁ ଚକ୍କମା ଦେଖାଇ ଏବେ ପଥର ମାଫିଆ ମାନେ ସଟ କଟ ଖୋର୍ଦ୍ଧା ଜିଲ୍ଲା  ଗୋଳବାଈ – ନିରାକାରପୁର ରାସ୍ତା ଦେଇ    ସୁବିଧା ଉପାୟରେ ଚୋରା ପଥର ବୋଝେଇ ଟ୍ରକ ଓ ଟ୍ରାକ୍ଟର କୁ ଗନ୍ତବ୍ୟ ସ୍ଥଳକୁ ଛାଡ଼ିବାରେ ସକ୍ଷମ ହେଉଛନ୍ତି। ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଥିବା ବେଳେ ମାଫିଆ ମାନେ ଲାଲେଲାଲ ହେଉଛନ୍ତି। ଗୋଳାବାଇ ପଟୁ ଭାୟା ତାଳପଡା ଦେଇ ନିରାକାରପୁର ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ଟି ଏବେ ପାଲଟିଛି ମାଫିଆଙ୍କ  ଚୋରା ଚାଲାଣ ପାଇଁ ମୁଖ୍ୟ ରାସ୍ତା। କିଛି ଗାଡି ମାଲିକ ଓ ଖଣି ମାଲିକ ନିରାକାରପୁର ରେଲୱେ ଗେଟ ନିକଟରେ ଜଗି ବସି ପୋଲିସ , ରାଜସ୍ବ ଅଧିକାରୀଙ୍କ ଗତିବିଧି ଉପରେ ନଜର ରହି ଚୋରା ଖଣିଜ ଦ୍ରବ୍ୟ ଅତିକ୍ରମ କରାଇବା ଏବେ ନିତିଦିନିଆ ଘଟଣା ହୋଇଛି। ସେହିପରି ରାତି ଉଜାଗର ହୋଇ ଗାଡି ମାଲିକ ମାନେ ଥାନା ଆଗରେ ଗାଡି କିପରି ଅତିକ୍ରମ କରିବ ସେଥିପାଇଁ ଏକ ପ୍ରକାର ନକେଦମ ହେଉଛନ୍ତି। ପଥର ଖଣି ଖୋଲିବାକୁ ବିଭାଗ ତରଫରୁ ଅଧିକରୁ ଅଧିକ ଅନୁମତି ଦିଆ ଗଲେ ଏପରି ଚୋରା ଚାଲାଣ ବନ୍ଦ ହୋଇପାରନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *