ଭୋଟ ଅଧିକାର ଓ ଗଣତନ୍ତ୍ରର ସୁରକ୍ଷା ସହ ଓଡ଼ିଶାର ଅଧିକାର ପାଇଁ ୮ ଅକ୍ଟୋବର ଓଡ଼ିଶା ବନ୍ଦ ପାଇଁ ଆଲୋଚନା

ସାଲେପୁର,୦୫/୧୦/୨୦୨୬(ଓଡିଶା ସମାଚାର /ଅଭୟ ଜେନା )ସାଲେପୁର କଂଗ୍ରେସ ପକ୍ଷରୁ ଆସନ୍ତା ଅକ୍ଟୋବର ୮ ତାରିଖ ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବାକୁ ଥିବା ଓଡ଼ିଶା ବନ୍ଦକାର୍ଯ୍ୟକ୍ରମ କୁ ସାଲେପୁର ରେ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଙ୍ଗଠନ ଓଡ଼ିଶାର ଉପ ସଭାପତି ତଥା କଂଗ୍ରେସ ନେତା ହରିବନ୍ଧୁ ଶତପଥି ଏଥିରେ ଯୋଗଦେଇ ଗଣତନ୍ତ୍ର, ମତଦାତାଙ୍କ ଭୋଟ ଅଧିକାର, ରାଜ୍ୟର ଖଣିଜ ସମ୍ପଦ ଓ ରାଜସ୍ୱ ଅଧିକାର, ଶିକ୍ଷା ବ୍ୟବସ୍ଥା ଏବଂ ବନ୍ୟାପ୍ରଭାବିତ ଲୋକଙ୍କ ନ୍ୟାୟସଙ୍ଗତ ଦାବିକୁ କେନ୍ଦ୍ର କରି ଇଣ୍ଡିଆ ବ୍ଲକ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନର ଆହ୍ୱାନ ଦିଆଯାଇଛି।

ଏହି ଆନ୍ଦୋଳନର ଚାରିଟି ପ୍ରମୁଖ ଦାବି ହେଉଛି— (୧) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ବହିଷ୍କାର, (୨) “ଖଣି ଓ ଖଣିଜ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ, ୨୦୨୬କୁ ତୁରନ୍ତ ରଦ୍ଦ କରିବା(MMDR (Amendment) Act), (୩) ପାଠ୍ୟପୁସ୍ତକ ଯୋଗାଣରେ ଚରମ ଅରାଜକତା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା,ଏବଂ (୪) ବନ୍ୟାକ୍ଷତିଗ୍ରସ୍ତ ସମସ୍ତଙ୍କୁ ପର୍ଯ୍ୟାପ୍ତ ଓ ଯଥୋଚିତ କ୍ଷତିପୂରଣ ଦେବା ଦାବିରେ ଏହି ଓଡିଶା ବନ୍ଦ ଡାକରା ଦିଆଯାଇଛି ବୋଲି ପ୍ରକାଶ କରିଥିଲେ। ଏହି ବନ୍ଦ କୁ ସାଲେପୁର ନିର୍ବାଚନ ମଣ୍ଡଳୀ ରେ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଉପସ୍ଥିତ ସମସ୍ତ କର୍ମୀ ମାନଙ୍କୁ ନିବେଦନ କରିଥିଲେ।

ଏହି ବୈଠକରେ ସୁରେନ୍ଦ୍ର ନାଥ ମହାରଣା, ସୁଦାମ ଚରଣ ବାରିକ, ବୈକୁଣ୍ଠ ନାଥ ସ୍ବାଇଁ, ବିଜ୍ଞାନନ୍ଦ ଭୂୟାଁ,ମାଧବ ପଲେଇ, ଶେଖ ନଜରୁଲ ହାସନ, ସିତୁ କର, ରଶ୍ମି ପ୍ରକାଶ କାଣ୍ଡି, ଚିତ୍ତରଞ୍ଜନ କାଣ୍ଡି, ସନ୍ତୋଷ ପରିଡା ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *