ଧୁମଧାମରେ ଶାନ୍ତି ଶୃଙ୍ଖଳାର ସହ ସମାପନ ହେଲା ଵଣିଆସାହି ଗଣେଶ ଭସାଣି

କଟକ ସଦର,୦୫/୧୦/୨୦୨୬(ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ତଥା କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ପରମହଂସ ବଣିଆସାହି ଗଣେଶ ଭସାଣି ପରମ୍ପରା ଅନୁଯାୟୀ ଗତକାଲି ରବିବାର ଦିନ ଧୁମଧାମରେ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି।

ଚିତ୍ତାକର୍ଷକ ଶୋଭାଯାତ୍ରାରେ ଗଣେଶ ମେଢକୁ ପରମହଂସନାଥଙ୍କ ମନ୍ଦିର ନିକଟରୁ ସାହି ପରିକ୍ରମା କରାଯାଇ ନିୟମ ଅନୁସାରେ ରାତି ୧୦ ଟାରେ ତାଳଦଣ୍ଡା କେନାଲରେ ବିସର୍ଜନ କରାଯାଇଥିଲା। ଶୋଭାଯାତ୍ରା ପରିଚାଳନାରେ ଶିଵ ପ୍ରସାଦ ସାହୁ, ସନ୍ତୋଷ କୁମାର ସାହୁ, ପ୍ରହଲ୍ଲାଦ ସାହୁ, ସୁରେଶ ଚନ୍ଦ୍ର ସାହୁ, ଦେବେନ୍ଦ୍ର ସାହୁ, ଚନ୍ଦ୍ରକାନ୍ତ ସାହୁ, ସୁନିଲ୍ କୁମାର୍ ସାହୁ, ମହେନ୍ଦ୍ର ପୃଷ୍ଟି, କମଳାକାନ୍ତ ପଣ୍ଡା ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *