ସଂଜୀବନୀ ସେବା ଫାଉଣ୍ଡେସନ ପକ୍ଷରୁ ଉଚ୍ଚ ବିଦ୍ୟାଳୟର ମୁକ ବଧିର ଛାତ୍ରଛାତ୍ରୀଙ୍କୁ ପାଠ୍ୟଉପକରଣ ବଣ୍ଟନ

କଟକ, ୧୬/୧୧/୨୦୨୩ (ଓଡ଼ିଶା ସମାଚାର)- ସଂଜୀବନୀ ସେବା ଫାଉଣ୍ଡେସନ ପକ୍ଷରୁ ଅସୁରେଶ୍ୱର ସ୍ଥିତ ମଦର ଟେରେସା ମୁକ ବଧିର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଫାଉଣ୍ଡେସନର ସଦସ୍ୟ ତୁଷାର କାନ୍ତ ମଲ୍ଲିକଙ୍କ କନ୍ୟା ତ୍ରିଷା ପ୍ରିୟଦର୍ଶନୀ ଙ୍କ ଚତୁର୍ଥ ବାର୍ଷିକ ଜନ୍ମ ଦିବସ ଅବସରରେ ପାଠ୍ୟ ଉପକରଣ ଏବଂ ସକାଳ ଜଳଖିଆ ବଣ୍ଟନ କାଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଡାକ୍ତର ଅଶ୍ୱନୀ କୁମାର ଲେଙ୍କା, ସମାନୀତ ଅତିଥିଭାବେ ଶିକ୍ଷକ ନିରଞ୍ଜନ ସାହୁ,ଶୋଭାନନ୍ଦ ବେହେରା,ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଦାର କୁମାର ସେଠୀ, ରାସ ରଞ୍ଜନ ପତି ଏବଂ ଚିନ୍ମୟ ପଣ୍ଡା ଉପସ୍ଥିତ ରହି ତ୍ରିଷା ପ୍ରିୟଦର୍ଶନୀ ଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଏହା ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସକାଳ ଜଳଖିଆ ଏବଂ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା । ସଂଜୀବନୀ ସେବା ଫାଉଣ୍ଡେସନ ର ସଭାପତି ସୌମ୍ୟ ରଞ୍ଜନ ଭୂୟାଁ, ସମ୍ପାଦକ ବିକ୍ରମ କେଶରୀ ନାଥ,କୋଷାଧ୍ୟକ୍ଷ, ତ୍ରିନାଥ ମହାରଣା,ସଦସ୍ୟା ଶୁଭଶ୍ରୀ ମହାପାତ୍ର,ମାନସୀ ମଲ୍ଲିକ,ମଞ୍ଜୁଲତା ମଲ୍ଲିକ,ତୁଷାର କାନ୍ତ ମଲ୍ଲିକ, ଭବାନୀ ଶଙ୍କର ପଣ୍ଡା,ସରୋଜ ସେଠି ପ୍ରମୁଖ ଉପସ୍ଥିତ ରହି କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *