ଭୁବନେଶ୍ୱର, ୦୭/୧୨/୨୦୨୪ (ଓଡ଼ିଶା ସମାଚାର)-ରାଜଧାନୀ ଭୁବନେଶ୍ବରରେ ସିବିଆଇ ରେଡ୍। ମେଁ ଫେୟାର ହୋଟେଲ ସମ୍ମୁଖରେ ସିବିଆଇ ରେଡ୍ କରିଥିବା ସୂଚନା ମିଳିଛି। ଏକ ନାଲିରଙ୍ଗର ଦାମୀଗାଡ଼ିରେ ଟଙ୍କା ଓ ସୁନା ଥିବା ସନ୍ଦେହରେ ସିବିଆଇ ଯାଞ୍ଚ କରିଥିଲା। ଗାଡିରୁ ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କା ମିଳିଥିବା ଜଣାପଡିଛି। ତେବେ ସଠିକ୍ ଭାବେ ଗାଡ଼ିରୁ କେତେ ଟଙ୍କା ମିଳିଛି ତାହା ଜଣାପଡ଼ିନଥିବାବେଳେ ଏହି ଦାମୀଗାଡ଼ିରୁ ପ୍ରାୟ ୧ କୋଟି ଟଙ୍କା ମିଳିଥିବା ଖବର ମିଳିଛି । ଗାଡ଼ିରେ ଥିବା ୪ ଜଣଙ୍କୁ ସିବିଆଇ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ସିବିଆଇ ଅଚାନକ ରେଡ୍ କରି ଦାମୀ ଗାଡିରୁ ବିପୁଳ ପରିମାଣର ଟଙ୍କା ଜବତ କଲା, ୪ ଅଟକ
