ନୟାପଲ୍ଲୀ ଘଟଣାରେ ଅଭିଯୁକ୍ତ ଶ୍ରୀଧର ପଣ୍ଡା ଜେଲ୍ ଗଲେ

ଭୁବନେଶ୍ୱର,୦୪/୧୦/୨୦୨୬(ଓଡ଼ିଶା ସମାଚାର)- ଭୁବନେଶ୍ବର ନୟାପଲ୍ଲୀ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଶ୍ରୀଧର ପଣ୍ଡା ଜେଲ୍ ଗଲେ । ଆଜି ଡାକ୍ତରୀ ମାଇନା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଅଭିଯୁକ୍ତକୁ ଧରି ପହଞ୍ଚିଥିଲା ନୟାପଲ୍ଲୀ ଥାନା ପୋଲିସ । କ୍ୟାପିଟାଲ ହସ୍ପିଟାଲରେ ଶ୍ରୀଧରର ଡାକ୍ତରୀ ମାଇନା କରାଯାଇଥିଲା । ଅଭିଯୁକ୍ତ ଶ୍ରୀଧର ପଣ୍ଡା ଓରଫ ସନ୍ତୋଷକୁ ଗତକାଲି କମିଶନରେଟ ପୋଲିସ ଏନ୍ କାଉଣ୍ଟର କରିଥିଲା । ସନ୍ତୋଷ ର ଡାହାଣ ଗୋଡ଼ରେ ଗୁଳି ଛୁଇଁ ବାହାରି ଯାଇଥିଲା । ଆହତ ଅବସ୍ଥାରେ ପୋଲିସ  ଅଭିଯୁକ୍ତ ସନ୍ତୋଷକୁ କାବୁ କରିଥିଲା ।

ସୂଚନା ଅନୁସାରେ, ଗତ ୩୦ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଅଭିଯୁକ୍ତ ସନ୍ତୋଷ ପହଞ୍ଚିଥିଲା ନୟାପଲ୍ଲୀ ଗଡ଼ସାହିରେ । ତେବେ ଏହି ସମୟରେ ଦେଖିଥିଲା ଗୋଟିଏ ଘରର ଗ୍ରିଲ୍ ଖୋଲା ଅଛି । ତେଣୁ ସୁଯୋଗ ଦେଖି ଭିତରକୁ ପଶିଥିଲା । ଭିତରକୁ ଯିବା ପରେ ସେ ଦେଖିଥିଲା ଶୋଇବା ଘର ଭିତରେ ଜଣେ ଯୁବତୀ ଖଟରେ ଶୋଇ ଲାପଟପରେ କାମ କରୁଛନ୍ତି । ଏହାପରେ ସେ ଘରର ଲାଇଟ୍ ବନ୍ଦ କରି ଦେଇଥିଲା। ତା’ପରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା ।

Leave a Reply

Your email address will not be published. Required fields are marked *