ନବୀନଙ୍କୁ ଭେଟିଲେ ବିଭିନ୍ନ ବ୍ଲକର ଚେୟାରମ୍ୟାନ

ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ସେଙ୍କାଚନ ସମ୍ପର୍କରେ କଲେ ଆଲୋଚନା
ଭୁବନେଶ୍ୱର,୧୨/୧୦/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟର ପ୍ରାୟ ପଚାଶ ରୁ ଅଧିକ ପଂଚାୟତ ସମିତି ର ଚେୟାରମ୍ୟାନ ମାନେ ନବୀନ ନିବାସ ଠାରେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ପଂଚାୟତର ନିର୍ବାଚିତ ପ୍ରତିନଧି ମାନଙ୍କ ପ୍ରଶାସନିକ ଓ ଆର୍ଥିକ କ୍ଷମତା ସଂକୋଚନ ପାଇଁ ରାଜ୍ୟ ସରକାରଙ୍କ ଅଗଣତାନ୍ତ୍ରିକ ନିଷ୍ପତି ବିରୁଦ୍ଧରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଏହି ଅଗଣତାନ୍ତ୍ରିକ ନିଷ୍ପତି କୁ ନିନ୍ଦା କରିଥିଲେ ଏବଂ ପଂଚାୟତ ର ନିର୍ବାଚିତ ପ୍ରତିନିଧିଙ୍କ ସାମ୍ବିଧାନିକ ଅଧିକାର ର ସୁରକ୍ଷା ପାଇଁ ବିଜେଡିର ଲଢେଇ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ । ବର୍ତମାନ ଏ ବିଷୟ ମାନ୍ୟବର ହାଇକୋର୍ଟ ଙ୍କ ବିଚାରାଧୀନ ରହିଛି । ଆବଶ୍ୟକ ପଡିଲେ ବିଜେଡି ଏଥିପାଇଁ ସୁପ୍ରିମକୋର୍ଟ ଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିନିଧି ଦଳ ଙ୍କୁ କହିଥିଲେ । ଏହି ଆଲୋଚନା ସମୟ ରେ ପଂଚାୟତ ସମିତି ଚେୟାରମ୍ୟାନ ମାନଙ୍କ ସହିତ ବିଧାୟକ ଶ୍ରୀ ସାରଦା ଜେନା, ଶ୍ରୀ ନବ ମଲ୍ଲିକ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ବିଧାୟକ ଉମା ସାମନ୍ତରାୟ, ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *