୧୪ଟି ଜିଲ୍ଲାକୁ SDRF ପାଣ୍ଠିରୁ ମୋଟ ₹୧୪ କୋଟି ମଞ୍ଜୁର

ଭୁବନେଶ୍ୱର ୧୯/୧୧/୨୦୨୬(ଓଡ଼ିଶା ସମାଚାର) –  ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ମୁକାବିଲା କରିବା ଏବଂ ରିଲିଫ୍ ଶିବିର ପରିଚାଳନା ସହ ଅନ୍ୟାନ୍ୟ ଜରୁରୀକାଳୀନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ୧୪ଟି ଜିଲ୍ଲାକୁ SDRF ପାଣ୍ଠିରୁ ମୋଟ ₹୧୪ କୋଟି ମଞ୍ଜୁର କରିଛନ୍ତି। ପ୍ରତ୍ୟେକ ଜିଲ୍ଲାକୁ ₹୧ କୋଟି ଲେଖାଏଁ ଆବଣ୍ଟନ କରାଯାଇଛି।

ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ ଓ ରାୟଗଡ଼ ଜିଲ୍ଲାରେ ରିଲିଫ୍ ଶିବିର ପରିଚାଳନା ଏବଂ ବାତ୍ୟା ମୁକାବିଲା ସମ୍ପର୍କିତ ଖର୍ଚ୍ଚ ପାଇଁ ଏହି ଅର୍ଥ ବ୍ୟବହାର କରାଯିବ।

Leave a Reply

Your email address will not be published. Required fields are marked *