୩୭ ତମ ପିକକ୍ ଶିଶୁମେଳାର ପଞ୍ଚମ ସନ୍ଧ୍ୟା

ଭୁବନେଶ୍ବର,୧୯/୧୧/୨୦୨୬(ଓଡ଼ିଶା ସମାଚାର)– ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍)ର ଏକାମ୍ର ହାଟରେ ଚାଲିଥିବା ସାତ ଦିନ ବ୍ୟାପୀ ଶିଶୁମେଳାର ଏହା ଥିଲା ପଞ୍ଚମ ସନ୍ଧ୍ୟା । ପଞ୍ଚମ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା କୁନି କୁନି ପିଲା ମାନଙ୍କ ମଧ୍ୟରେ କୌତୁକ ପୋଷାକ ପ୍ରତିଯୋଗୀତାଓ ଷ୍ଟାଣ୍ଡ ଅପ କମେଡି।ସୁନ୍ଦର ବେଶ ପୋଷାକରେ ସଜ୍ଜିତ ହୋଇ ପିଲାମାନେ ବିଭିନ୍ନ ସାମାଜିକ ସମସ୍ୟା ଯଥା ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଜଳ ସରକ୍ଷଣ, ବୃକ୍ଷରୋପଣ, ପ୍ରଦ୍ୟୁଷଣ, ପୋଷଣ ଖାଦ୍ୟ, ଫାଷ୍ଟ ଫୁଡ, ଅନଲାଇନ ସୁରକ୍ଷା ଓ ପରିବେଶଗତ ସମସ୍ୟା ଉପରେ ସଚେତନତାର ବାର୍ତ୍ତା ଦେଇଥିଲେ। ପିଲାମାନଙ୍କର ହାସ୍ୟ ରସାତ୍ମକ ପାରିବେଶଣ ଦର୍ଶକ ମାନଙ୍କର ମନମୋହିଥିଲା । ଆଜିର ପ୍ରତିଯୋଗୀତାର ମୁଖ୍ୟ ବିଚାରକ ମାନେଥିଲେ ଅନ୍ନପୂର୍ଣା ମହାନ୍ତି,ସୁମିତ୍ରା ତ୍ରିପାଠୀ, କମଳ ପତି ଓ ନଳିନୀ ପ୍ରଧାନ;କମେଡି ପାଇଁ ଭକ୍ତ ପ୍ରସାଦ ଚରଣ ପଟ୍ଟନାୟକ, ପ୍ରଦୀପ କୁମାର ଷଢ଼ଙ୍ଗୀ ପ୍ରମୁଖ ।ଏହି ଅବସରରରେ ଏକ ବିଶେଷ ପିଲା ସିଦ୍ଧାର୍ଥ ମହାନ୍ତି ତବଲା ବାଦନ କରିଥିଲେ ।

ପଞ୍ଚମ  ସଂନ୍ଧ୍ୟାରେ ଅତିଥିମାନେ ଥିଲେ ଅବସରପ୍ରାପ୍ତ ପ୍ରସାଶକ ତଥା ଓଡ଼ିଶା କର୍ମଚାରୀ ଚୟନ ଆୟୋଗର ପୂର୍ବତନ ଅଧ୍ୟକ୍ଷ ସ୍ଵଦେଶ ସୁନ୍ଦର ପଟ୍ଟନାୟକ,ରାଜ୍ୟ ମହିଳା କମିଶନରର ସଦସ୍ୟା ମୁକ୍ତା ସାହୁ,ଖୋର୍ଦ୍ଧା ଶିଶୁ କଲ୍ୟାଣ ସମିତିର ଆଧ୍ୟକ୍ଷା କାନ୍ତା ମହାନ୍ତି,ଅବସରପ୍ରାପ୍ତ ପ୍ରସାଶନିକ ଅଧିକାରୀ ପ୍ରଦୀପ ବିଶ୍ଵାଳ (ଆଇଏଏସ) ଓ ଦିଲୀପ ରାଉତରାୟ (ଆଇଏଏସ) ଭୁବନେଶ୍ବର ଶିଶୁ କଲ୍ୟାଣ ସମିତିର ସଦସ୍ୟା ମାନସୀ ପାରହି। ଅତିଥିମାନେ  ପିକକ୍ ର ଏହି ଉଦ୍ୟମକୁ ବହୁ ପ୍ରଶଂସା କରିଥିଲେ । ଏହି ଅବସରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ “Sisumela Connect – Interface and Interaction-ଆଗାମୀ ପିଢୀ ସହିତ ଆଲୋଚନା”ର ଆୟୋଜନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ମାନେ ପିଲାମାନଙ୍କ  ଉଦ୍ଦେଶ୍ୟରେ ନିଜର ବାର୍ତ୍ତା ଦେବାସହ ଶିଶୁମେଳା ପିଲାମାନଙ୍କର ଭାଗୀଦାରିତା  ପାଇଁ କିଭଳି ଏକ ଇତିହାସ ସୃଷ୍ଟି କରିପାରିଚଛି ତାବିଷୟରେ ଉଲ୍ଲେଖ  କରିଥିଲେ । ପିଲାମାନେ ବଡ ମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନ କରିଥିଲେ ଯଥା ଏ ଆଇ ବ୍ୟବହାର ପିଲାଙ୍କ ପାଇଁ ଠିକ କି ନାହିଁ ମୋବାଇଲ ଓ ଟିଭିରୁ ପିଲାମାନେ କେମିତି ଦୂରେଇ ଶିକ୍ଷା ପ୍ରତି ଧ୍ୟାନ ଦେବେ,ପିଲାମାନେ ନିଜର ସମସ୍ୟା କାହାକୁ କହିବେ, ବୁଲିଙ୍ଗ ଓ ସାଇବର ବୁଲିଙ୍ଗ ବିରୁଦ୍ଧରେ କୋଊଠି ଅଭିଯୋଗ କରିବେ,ଶିଶୁଶ୍ରମ,ବାୟୁ ପ୍ରଦୂଷଣ ରୋକିବା ପାଇଁ କି କି ପଦକ୍ଷେପ ନିଆଯାଉଛି,ବିକଶିତ ଓଡିଶା ଗଠନ ପାଇଁ ପିଲାମାନଙ୍କର କି ଭାଗୀଦାରିତା ରହିବ, ମତାମତ ଦେବା, ସମୟର ସଦୁପୋଯୋଗ କରିବା,ଇତ୍ୟାଦି ପ୍ରଶ୍ନ ପଚାରି ତାର ଉତ୍ତର ପାଇଥିଲେ ।

ଏହି କାର୍ଯ୍ୟକ୍ରମରେ ପିକକ୍ ଶିଶୁମେଳା କମିଟିର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ, ପିକକ୍ ର ସମ୍ପାଦକ ରଞ୍ଜନ ମହାନ୍ତି ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଉପସ୍ଥିତ ଥିଲେ । ପିକକ୍ ର ରତ୍ନା ଦାଶ,ଜ୍ୟୋତିଶଙ୍କର ମହାନ୍ତି,ପୂଜା ପଣ୍ଡା,ଉପମା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *