ଉତ୍ତରକୁଳ ଠାରେ ବିଜେପି ର ମିଶ୍ରଣ ପର୍ବ

କଟକ ସଦର, ୦୪/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୁଦାମଵତୀ ବିଜେପି ମଣ୍ଡଳ ଅଧିନସ୍ଥ ଉତ୍ତରକୁଳ ଠାରେ ଆଜି ରବିବାର ଦିନ ବିଜେପି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ମଣ୍ଡଳ ସଭାପତି ପଣ୍ଡିତ ରଘୁନାଥ ଚୌଧୁରୀ ଙ୍କ ପୌରୋହିତ୍ୟରେ ଆୟୋଜିତ ମିଶ୍ରଣ ପର୍ବ ସଭାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ୨୮ ନମ୍ଵର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ବିଶ୍ୱାଳ ଓ ପୂର୍ବତନ ସରପଂଚ ଦିଲିପ ବିଶ୍ୱାଳ ଙ୍କ ସମେତ ସେମାନଙ୍କ ର ଅନେକ ସମର୍ଥକ ଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ବିଜେପି ରେ ସାମିଲ କରିଥିଲେ। କିଛି ଦିନ ତଳେ ଦିଲିପ ଓ ସସ୍ମିତା ଵିଜେଡିରୁ ଇସ୍ତଫା ଦେଇଥିଲେ।

Leave a Reply

Your email address will not be published. Required fields are marked *