ଭୁବନେଶ୍ୱର,୦୪/୧୦/୨୦୨୬(ଓଡ଼ିଶା ସମାଚାର)- ଭୁବନେଶ୍ୱର ନୟାପଲ୍ଲୀ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଶ୍ରୀଧର ପଣ୍ଡାର ଦୁଇ ସହଯୋଗୀଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଚକେଇସିଆଣି ଅଞ୍ଚଳର ଦୁଇ ଜଣଙ୍କୁ ଚୋରି ସାମଗ୍ରୀ ରଖିବା ଅଭିଯୋଗରେ ପୋଲିସ ଗିରଫ କରିଛି।
ପୋଲିସ ସୂଚନା ଅନୁସାରେ, ଶ୍ରୀଧର ବାଇକ୍ ଚୋରି କରିବା ପରେ ଏହି ଦୁଇ ଜଣଙ୍କୁ ଦେଉଥିଲା। ପରେ ଦୁଇ ସହଯୋଗୀ ଚୋରି ବାଇକ୍ ଗୁଡ଼ିକୁ କାଟି ସେଥିରୁ ବିଭିନ୍ନ ପାର୍ଟସ ଅଲଗା କରି ବିକ୍ରି କରୁଥିବା ଅଭିଯୋଗ ରହିଛି।
ନୟାପଲ୍ଲୀ ଦୁଷ୍କର୍ମ ଘଟଣା ପରେ ଶ୍ରୀଧର କ୍ୟାପିଟାଲ ଥାନା ଅଞ୍ଚଳ ୟୁନିଟ୍-୨ ମାର୍କେଟ ବିଲ୍ଡି ଯାଇଥିଲା । ସେଠାରୁ ଏକ ବାଇକ୍ ଚୋରି କରି ପ୍ରଥମେ ଚକେଇସିଆଣି ରୁମ୍ କୁ ଯାଇଥିଲା । ପରେ ଗଞ୍ଜାମ ଜଗନ୍ନାଥପ୍ରସାଦ ଗାଁକୁ ପଳାଇଯାଇଥିଲା । ଘଟଣାର ତଦନ୍ତ କରି ଚୋରି ବାଇକ୍ ଓ ଏହାର ପାର୍ଟସ କାରବାର ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି।
