ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ କାଳିନ୍ଦୀ ବେହେରାଙ୍କ ଜୟନ୍ତୀ ପାଳନ ଓ ବିଜେଡ଼ି ର ଜନସମ୍ପର୍କ ଯାତ୍ରା

କଟକ ସଦର,୦୪/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦରର ପୂର୍ବତନ ବିଧାୟକ ତଥା ପୂର୍ବତନ ବରିଷ୍ଠ ମନ୍ତ୍ରୀ,ଜନ ନାୟକ,ସୁ ସାହିତ୍ୟିକ,ଲେଖକ, ଶିକ୍ଷାବିତ ସ୍ୱର୍ଗତ ଅଧ୍ୟାପକ କାଳିନ୍ଦୀ ବେହେରାଙ୍କ ୮୬ ତମ ଜୟନ୍ତୀ ଆଜି ରବିବାର ଦିନ କଟକ ସଦର ଅନ୍ତର୍ଗତ କଳମିଶ୍ରି ପଞ୍ଚାୟତ ଲେଣ୍ଡୁରା ଭଗବାନପୁର ଵୋଧନାଥ ପୀଠ ପ୍ରାଙ୍ଗଣରେ ପାଳନ କରାଯାଇଛି।

ନିଶ୍ଚିନ୍ତକୋଇଲି କାଳିନ୍ଦୀ ବେହେରା ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଜୟନ୍ତୀ ସମାରୋହରେ କାଳିନ୍ଦୀ ଙ୍କ ସୁ ପୁତ୍ର ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଙ୍କ ସମେତ ବହୁ କାଳିନ୍ଦୀ ପ୍ରେମୀ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ କଟକ ସଦର ବିଜେଡ଼ି ପକ୍ଷରୁ ପୂର୍ଵବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଙ୍କ ନେତୃତ୍ଵରେ  ଜନାର୍ଦ୍ଦନପୁର ପଞ୍ଚାୟତ କଳା ପରିଷଦ ଠାରୁ କଳମିଶ୍ରି ପଞ୍ଚାୟତ ଵୋଧନାଥ ପୀଠ ପର୍ଯ୍ୟନ୍ତ ଜନ ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *