ପୁରୀ,୦୪/୧୦/୨୦୨୬(ଓଡ଼ିଶା ସମାଚାର)- ବ୍ରହ୍ମଗିରିରେ ଗୁଳିକାଣ୍ଡ। ବ୍ରହ୍ମଗିରି କାଳିକାବାଡ଼ି ଅଞ୍ଚଳରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ ତୋଫାନ କୁମାର ପାହାଳ। ତାଙ୍କ ପେଟରେ ଗୁଳି ବାଜିଥିବା ଜଣାପଡ଼ିଛି।ଗୁଳିମାଡ଼ ପରେ ତୋଫାନ ଗୁରୁତର ଆହତ ହୋଇପଡ଼ିଥିଲେ।
ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। କେଉଁ ପରିସ୍ଥିତିରେ ଗୁଳିକାଣ୍ଡ ଘଟିଲା ଏବଂ କିଏ ତୋଫାନଙ୍କୁ ଗୁଳି କଲା, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଗୁଳିମାଡ଼ ପଛର କାରଣ ସ୍ପଷ୍ଟ ହୋଇନାହିଁ। ଖବର ପାଇ ପୁଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି। ଗୁଳିକାଣ୍ଡର ପ୍ରକୃତ କାରଣ ଖୋଜିବା ସହ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ପୁଲିସ ଖୋଳତାଡ଼ ଜାରି ରଖିଛି।
