ପ୍ରହରାଜପୁର ରେ ଦୁଇଥର ବିଜେଡ଼ି କର୍ମୀ ସମାବେଶ କୁ ନେଇ ବିବାଦ!

କଟକ ସଦର , ୨୨/୦୪/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତରେ ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡ଼ିର ଲାଗ ଲାଗ ଦୁଇଥର କର୍ମୀ ସମାବେଶ କୁ ନେଇ ବିବାଦ ଦେଖାଦେଇଛି। ଗତ ପଞ୍ଚାୟତ ନିର୍ବାଚନ ପର ଠାରୁ ଉକ୍ତ ପଞ୍ଚାୟତରେ ବିଜେଡ଼ିର ଦୁଇ ଛୋଟ ବଡ଼ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବିଭିନ୍ନ କାର୍ୟ୍ୟକ୍ରମରୁ ଜଣାପଡିଛି। ହେଲେ ଏଵେ ନିର୍ବାଚନ ସମୟରେ ମଧ୍ୟ ତାହା ଦେଖିବାକୁ ମିଳିଛି। ଗତ ୧୯ ତାରିଖ ଶୁକ୍ରବାର ଦିନ ଉକ୍ତ ପଞ୍ଚାୟତରେ ଏକ ଗୋଷ୍ଠୀ ଏକ କର୍ମୀ ସମ୍ମିଳନୀ କରିଥିବା ବେଳେ ପୁନରାୟ ରବିବାର ଦିନ ପୂର୍ବତନ ସମିତି ସଭ୍ୟ ତଥା ପୂର୍ବତନ ସରପଂଚଙ୍କ ପ୍ରତିନିଧି ସୋମନାଥ ସାହୁଙ୍କ ଆଵ।ହକତ୍ୱରେ ଏକ ଵଡ ଧରଣର କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ସଦର ବିଧାୟକ ତଥା ପ୍ରାର୍ଥୀ ଚନ୍ଦ୍ର ସାରଥି ବେହେରା, ଉକ୍ତ ପଞ୍ଚାୟତର ବାସିନ୍ଦା, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ପୂର୍ବତନ ସରପଂଚ ଜାହାଙ୍ଗୀର ଅଲ୍ଲୀ, ପଞ୍ଚାୟତ ବିଜେଡ଼ି ସଭାପତି ଦେବେନ୍ଦ୍ର ମଲ୍ଲିକ, ଜୟରାମ ଭୋଇ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ରୁଲ ସାହୁ, ନିଶ୍ଚିନ୍ତକୋଇଲି ବ୍ଲକ ଵିଜେଡି ଉପସଭାପତି ତଥା ମାଣପୁର ପଞ୍ଚାୟତ ସଭାପତି ରୁସ୍ତମ ମହମ୍ମଦ, ସରପଂଚ ଓ ସମିତି ସଭ୍ୟ ପ୍ରମୁଖ ବହୁ ଛାମୁଆଁ କର୍ମୀ ଯୋଗ ଦେଇ ଆଗାମୀ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଆହ୍ବାନ କରିଥିଲେ। ହେଲେ ଏଠାରେ ଉପରେ ଫୁଲ ଓ ତଳେ ଶଂଖକୁ ଭୋଟ ଦେବାକୁ କହୁଥିବା ଜନୈକ କାର୍ୟ୍ୟକର୍ତ୍ତାଙ୍କ ଭୁମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *