କଟକ ସଦର,୦୪/୧୦/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ କମିଶନରେଟ କନ୍ଦରପୁର ଥାନାରେ ଯୋଗ ଦେବା ଦିନଠାରୁ ବିଭିନ୍ନ କ୍ଷେତ୍ରରେ ବିବାଦୀୟ ହୋଇପଡି଼ଥିବା ଥାନା ଅଧିକାରୀ ଆର୍ତ୍ତତ୍ରାଣ ସେଠୀଙ୍କର ଇତିମଧ୍ୟରେ ହଠାତ୍ ସାଇବର ଥାନା କୁ ବଦଳି ହୋଇଥିବା ଜଣାପଡିଛି। 
ତାଙ୍କ ସ୍ଥାନରେ କେନ୍ଦୁଝର ଜିଲ୍ଲାରୁ ଆସିଥିବା ଅନୁସୟା ସେଠୀ ପ୍ରଥମ ମହିଳା ଆଇଆଇସି ଭାବେ କନ୍ଦରପୁର ଥାନାରେ ଯୋଗଦାନ କରିଛନ୍ତି। ବିବାଦୀୟ ଆଇଆଇସି ଆର୍ତ୍ତତ୍ରାଣ ସେଠୀଙ୍କ ବଦଳି ଖଵର ଜଣାପଡିବା ପରେ ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଥିବାବେଳେ ନୂତନ ଆଇଆଇସିଙ୍କୁ ସ୍ୱାଗତ କରାଯାଇଛି । ସୂଚନାଯୋଗ୍ୟ ଯେ ବଦଳି ହୋଇଥିବା ଆର୍ତ୍ତତ୍ରାଣ ସେଠୀ ଗତ ୩.୧୦ ୨୦୨୫ ରେ କନ୍ଦରପୁର ଥାନାରେ ଯୋଗଦାନ କରିଥିଲେ।
