ମାହାଙ୍ଗା,୦୧/୧୦/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)-ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ମାହାଙ୍ଗା ବ୍ଲକ ଜୀବିକା ମିଶନ ପକ୍ଷରୁ କୁହୁଣ୍ଡା ଗ୍ରାମ ପଞ୍ଚାୟତ ପରିସରରେ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା ।
ପଞ୍ଚାୟତର ବହୁ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜୀବିକା ମିଶନ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ପୀତବାସ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ, ବରିଷ୍ଠ ନାଗରିକ ମାନଙ୍କୁ ସମାଜ ପାଇଁ ବୋଝ ବୋଲି ନଭାବି,ଆମକୁ ସେମାନଙ୍କ ଯତ୍ନ ସେବା ପରାମର୍ଶ ଓ ଆଶୀର୍ବାଦ ନେବାକୁ ଆହ୍ୱାନ ଦେଇଥିଲେ ।
ମୁଖ୍ୟ ବକ୍ତା ଭାବେ ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବ୍ଲକ ଦକ୍ଷତା ବିକାଶ ସଂଯୋଜିକା ରୋଜାଲିନ ଦାଶ, ଅନ୍ୟତମ ଅତିଥି ଭାବେ କୁହୁଣ୍ଡା ପଞ୍ଚାୟତ ଏମ୍ବିକେ ଆରତୀ ନାୟକ, ପଞ୍ଚାୟତ ମହିଳା ଫେଡେରେସନ ସଭାପତି ବିଚିତ୍ରା ରାଉତ, ସମ୍ପାଦିକା ଦମୟନ୍ତୀ ଜେନା ପ୍ରମୁଖ ଯୋଗଦେଇଥିଲେ ।
ଶତାୟୁ ବରିଷ୍ଠ ନାଗରିକ ସୁନାକର ବେହେରା ଏବଂ ଶିକ୍ଷାବିତ ବାବାଜୀ ଚରଣ ମହାନ୍ତିଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଉପଢୌକନ ପ୍ରଦାନ ପୂର୍ବକ ଚନ୍ଦନ ଅକ୍ଷତ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଉତ୍ସବକୁ ସିଆରପି କନକଲତା ସାହୁ, ଅନ୍ନପୂର୍ଣ୍ଣା ସେଠୀ, ଝରଣା ମଲ୍ଲିକ, ମାଳତୀ ବିଶ୍ୱାଳ, ଶ୍ରଦ୍ଧାଞ୍ଜଳି ମହାନ୍ତି, ରୋଜି ମହାପାତ୍ର, ସ୍ଵର୍ଣ୍ଣଲକ୍ଷ୍ମୀ ଦାସ, ପ୍ରମୁଖ ପରିଚାଳନା କରିଥିଲେ ।
