ବରିଷ୍ଠ ନାଗରିକ ମାନେ ସମାଜର ମାର୍ଗ ଦର୍ଶକ
ଭୁବନ,୦୧/୧୦/୨୦୨୬(ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବିଡ଼ିଓ ଆୟୁଷି ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ବରିଷ୍ଠ ନାଗରିକ ସଂଘ ର ସଦସ୍ୟ ଅବସର ପ୍ରାପ୍ତ ପୋଲିସ ଅଫିସର ଶ୍ରୀଧର ବେହେରା ଙ୍କ ସମେତ ରଥ ସେଠୀ, , ବ୍ରଜ ରାଉତ ,ଡାକ୍ତର ରମେଶ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକ ମାନେ ସମାଜ ପାଇଁ ବୋଝ ନୁହନ୍ତି ,ସେମାନେ ସମାଜ ପାଇଁ ସମ୍ପତି ଓ ମାର୍ଗଦର୍ଶକ । ଯେଉଁ ଘରେ ନାହାନ୍ତି ବୁଢ଼ୀ ବୁଢ଼ା , ସେ ଘର ଉଜୁଡ଼ା । 
ବରିଷ୍ଠ ମାନଙ୍କୁ ଅବହେଳା କିମ୍ବା ହତାଦର ନୁହେଁ ,ପରିଣତ ବୟସରେ ସେମାନଙ୍କୁ ଯତ୍ନ ଏବଂ ସ୍ନେହ,ଆଦର ଦରକାର ବୋଲି ମତବ୍ୟକ୍ତ କରିଥିଲେ। ବରିଷ୍ଠ ନାଗରିକ ମାନେ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ ପାଇଁ ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଡାକ୍ତର ରମେଶ କୁମାର ସାହୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଶତାଧିକ ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ଓ ରକ୍ତ ଚାପ ପରୀକ୍ଷା କରାଯିବା ସହିତ ପରିଚୟ ପତ୍ର,ମାନପତ୍ର ପ୍ରଦାନ କରାଯାଇଥିଲା ।
