କେନ୍ଦ୍ରାପଡ଼ା, ୦୯/୦୧/୨୦୨୪ (ଓଡ଼ିଶା ସମାଚାର)-ନହଙ୍ଗ ମା’ ମଙ୍ଗଳା ପୀଠରେ ଆଂଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘର ୬୫ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଆର୍ତତ୍ରାଣ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ଅଭିମନୁ୍ୟ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସଂଘର ସଦସ୍ୟମାନେ ବୟସର ଅପରାହ୍ନରେ ପହଂଚି ସାରିଥିବା ବେଳେ ମାଣ୍ଡିଆ ଓ ବାଜରା ଜାତୀୟ ପୌଷ୍ଟିକ ଆହାର ଗ୍ରହଣ କରିବା ସହିତ ଜନସାଧାରଣଙ୍କୁ ଏହି ଖାଦ୍ୟ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରାଯିବାକୁ ବୈଠକରେ ନିଷ୍ପତି ନେଇଥିଲେ । ସଦସ୍ୟମାନେ ପୂଣ୍ୟ ଅର୍ଜ୍ଜନ ନିମିତ ତୀର୍ଥ ଭ୍ରମଣରେ ଯିବାକୁ ସ୍ଥିର କରାଯାଇଥିଲା । ଗ୍ରାମରେ ଷଣ୍ଢ ଓ ମାଙ୍କଡ ମାନଙ୍କ ଉପଦ୍ରବ ବୃଦ୍ଧି ପାଉଥିବାରୁ ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ସ୍ଥିର କରାଯାଇଥିଲା । ୮୦ବର୍ଷ ବୟସ ଅତିକ୍ରମ କରିଥିବା ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଗୋଲକ ଚନ୍ଦ୍ର ସାହୁ, ଗୌରାଙ୍ଗ ଚରଣ ସାହୁ, ଦିବାକର ନାୟକ, ସୁରେନ୍ଦ୍ର କୁମାର ଦାସ, ସୁରଥ କୁମାର ବାରିକ, ଅମର ପ୍ରସାଦ ରାଉତ, ପ୍ରଫୁଲ୍ଲ ଚନ୍ଦ୍ର ଜେନା, କ୍ଷୀରୋଦ ଚନ୍ଦ୍ର ସାମଲ, ଦୁର୍ଯେ୍ୟାଧନ ପ୍ରଧାନ, ଗୁରୁ ଚରଣ କବି, ପ୍ରଫୁଲ୍ଲ ଚନ୍ଦ୍ର ସିଂହ, ଦୈତାରୀ ସେଠୀ, ନାରାୟଣ ବେହେରା, ବିଶ୍ୱନାଥ ବେହେରା ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Related Posts
ଜିଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଥଣ୍ଡା ଗ୍ଲୁକୋଜ ପାଣି ବଂଟନ
କେନ୍ଦ୍ରାପଡ଼ା, ୩୧/୦୫/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଆଜି ଶ୍ୟାମଗୁଡିଆସ୍ଥିତ ନୂଆ ଡାକ୍ତରଖାନା ସନ୍ନିକଟରେ ଥଣ୍ଡା ଗ୍ଲୁକୋଜ ପାଣି ବଂଟନ କରାଯାଇଛି ।…
ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କଲେ ଅକଲ୍ୟାଣ୍ଡରେ ଅବସ୍ଥାପିତ ହେବାକୁ ଥିବା କନସୁଲେଟ ଜେନେରାଲ
ଭୁବନେଶ୍ୱର,୦୮/୧୧/୨୦୨୪(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ…
ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ“ରାଜ୍ୟ ଜଳସମ୍ପଦ ବୋର୍ଡ” ବୈଠକ ଅନୁଷ୍ଠିତ
“ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭” ରେଥିବା ଲକ୍ଷ୍ୟ ସାଧନ ପାଇଁ ସମନ୍ୱିତ ପ୍ରୟାସ କରିବାକୁପରାମର୍ଶ ୨୦୨୯ ସୁଦ୍ଧା ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପାଇଁ…
