ଆନ୍ତଃ ମହାବିଦ୍ୟାଳୟ ମହିଳା କବାଡି ପ୍ରତିଯୋଗିତା

ଭୁବନ,୦୧/୧୦/୨୦୨୬(ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଖେଳ ପଡ଼ିଆରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆନ୍ତଃ ମହାବିଦ୍ୟାଳୟ ମହିଳା କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ସଭାପତିତ୍ୱ କରି ସ୍ୱାଗତ ଭାଷଣ ଦେଇ ୧୨ ଟି ମହିଳା ମହାବିଦ୍ୟାଳୟର ୮୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ସୂଚନା ଦେଇଥିବା ବେଳେ ସ୍ପୋର୍ଟସ କାଉନସିଲ ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ ରାୟ ଅତିଥି ପରିଚୟ ପ୍ରଦାନ ଓ କ୍ରୀଡ଼ା ଶିକ୍ଷକ ଗଦାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ,ମାହାଙ୍ଗା ମହିଳା ମହାବିଦ୍ୟାଳୟ, ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ,ଯାଜପୁର ରୋଡ,ରାଣୀ ଶୁକଦେଇ ମହିଳା ମହାବିଦ୍ୟାଳୟ,ବାଙ୍କୀ, ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ,ବଲ୍ଲଭି ଦେବୀ ମହିଳା ଡିଗ୍ରୀ ମହାବିଦ୍ୟାଳୟ,ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ,ଗୋପବନ୍ଧୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ,ଆଠଗଡ,ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ,ନିମାପଡ଼ା ପ୍ରଭୃତି ମହାବିଦ୍ୟାଳୟର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତାକୁ ଅଧ୍ୟାପିକା ଡଃ ମମତା ପାତ୍ର,ଅଧ୍ୟାପକ ସଙ୍ଗୀତ ନନ୍ଦ,କ୍ରୀଡ଼ା ଶିକ୍ଷକ ନିରଞ୍ଜନ ସାହୁ,ଦୀପକ ସ୍ୱାଇଁ,ଅଶୋକ ଦାସ,ପ୍ରଶାନ୍ତ ସିଂହ,ସୁଧାଂଶୁ ବେଜ,କୁନମୁନ ବେହେରା,ଶୁଭ୍ରାଂଶୁ ବାଳା ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *