କଟକ ସଦର ,୦୧/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକରେ ଥିବା ରାଜ୍ୟର ନାମକରା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲ ରେ ଜନୈକ ମାନସିକ ରୋଗୀଙ୍କୁ ଗତକାଲି ବୁଧବାର ଦିନ ପିଟି ପିଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରର ଲୋକମାନଙ୍କୁ ମ୍ରିୟମାଣ କରିଛି।
ଏହି ପରିପ୍ରେକ୍ଷୀରେ ହତ୍ୟାକାରୀ ମାନଙ୍କୁ ଵିଏନଏସ୍ ର କଡ଼ା ଦଫାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ପୀଡ଼ିତ ପରିବାରଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର ଆୟୁକ୍ତ(NHRC) ନୂଆଦିଲ୍ଲୀ ଙ୍କ ନିକଟରେ ଜାତୀୟ ମାନବାଧିକାର ପ୍ରତିରକ୍ଷାକାରୀ ଭଜମନ ବିଶ୍ୱାଳ ଆଜି ଗୁରୁବାର ଦିନ ଅପିଲ କରିଥିବା ଜଣାପଡିଛି।
