ବେଆଇନ ଜବରଦଖଲ ସ୍ଥଳ ସରଜମିନ ମାପ ସରିଲା, ଉଛେଦ କୁ ଅପେକ୍ଷା 

କଟକ ସଦର,୧୧/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ତହସିଲ ଅନ୍ତର୍ଗତ ଥୋରିଆପଡା ଗ୍ରାମର ଏକ ସରକାରୀ ରାସ୍ତା କୁ ବେଆଇନ ଜବରଦଖଲ ହୋଇଥିବା ସମ୍ପର୍କରେ ଗ୍ରାମବାସୀମାନଙ୍କ ଅଭିଯୋଗ ଉପରେ ଏହାର ସରଜମିନ ମାପ ପାଇଁ ତହସିଲ କର୍ମଚାରୀ ଯାଇଁ ଜବରଦଖଲକାରୀ ଙ୍କ ବିରୋଧର ଶୀକାର ହୋଇ ଦୁଇଥର ଫେରିଥିବା ଜଣାପଡିଛି। ଏଥିପାଇଁ ତହସିଲଦାର କ୍ଷିରୋଦ କୁମାର ଦାଶ ଜବରଦଖଲ ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଅବରୋଧ ହଟାଇବାକୁ ଜବରଦଖଲକାରୀ ଙ୍କୁ ତାଗିଦ୍ କରିଥିଲେ।

ହେଲେ ବେଆଇନ ଜବରଦଖଲକାରୀ ଏଥିପ୍ରତି ତିଳେ ମାତ୍ର ଭୃକ୍ଷେପ ନକରିବାରୁ ଆଜି ବୁଧବାର ଦିନ ତହସିଲ ଅମିନ, ଆର୍ ଆଇ ଓ କର୍ମଚାରୀ ମାନେ ଅବରୋଧ ସ୍ଥଳକୁ ଯାଇ  ସରଜମିନ ମାପ କରି ତହସିଲଦାର ଙ୍କୁ ରିପୋର୍ଟ ପ୍ରଦାନ କରିଥିବା ଜଣାଯାଇଛି। ଏଵେ ସବୁ ପରେ ବେଆଇନ ଜବରଦଖଲ କେବେ ଉଛେଦ ହେଉଛି ତାକୁ କେବଳ ଦେଖିବାକୁ ଗ୍ରାମବାସୀମାନେ ଅପେକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *