ଭୁବନେଶ୍ୱର,୧୫/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରଙ୍ଗର ପର୍ବ ହୋଲି ଉପଲକ୍ଷେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହୋଲି ଖେଳିଛନ୍ତି।
ଶ୍ରୀ ମାଝୀ ବରିଷ୍ଠ ପୁଲିସ ଅଧିକାରୀଙ୍କ ଗହଣରେ ହୋଲି ଖେଳିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆନନ୍ଦ ଓ ଉଲ୍ଲାସର ଏହି ପର୍ବ ଶାନ୍ତି ଓ ଏକତାର ଅନନ୍ୟ ବାର୍ତ୍ତାବହ ଅଟେ। (https://x.com/MohanMOdisha/status/1900778972331278721) ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ହୋଲି ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ।