ପ୍ରକୃତି ମିତ୍ର ସମାଜସେବୀ ସ୍ବର୍ଗତ ପରମେଶ୍ୱରଙ୍କ ୧୧ତମ ଶ୍ରାଦ୍ଧ ବାର୍ଷିକ ପାଳନ

ନିରାକାରପୁର, ୧୦/୭/୨୦୨୪ (ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା  ରାମଚନ୍ଦ୍ର ବିଦ୍ୟାନିକେତନ, ରାମାବିଲି ପରିସରରେ ଓଡିଶା ମାଧ୍ୟମିକ ଶିକ୍ଷକ ସଂଗଠନର ସମ୍ପାଦକ ରମାକାନ୍ତ ମହାପାତ୍ରଙ୍କ ଆବାହକତ୍ୱରେ ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ୱର୍ଗତ ପ୍ରକୃତି ମିତ୍ର, ସମାଜସେବୀ ତଥା ପୂର୍ଵତନ ସରପଞ୍ଚ ଓ ରାମଚନ୍ଦ୍ର ବିଦ୍ୟାନିକେତ, ରମାବିଲିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ପରମେଶ୍ୱର ମହାପାତ୍ରଙ୍କର ୧୧ତମ ଶ୍ରାଦ୍ଧବାର୍ଷିକ ପାଳନ କରାଯାଇଛି। ବିଦ୍ୟାଳୟର ଶିକ୍ଷକ ମୁରଲୀଧର ହରିଚନ୍ଦନ, ନାରାୟଣ ପାତ୍ର, ନରେନ୍ଦ୍ର ପାଇକରାୟ, ସୁକାନ୍ତି ବିଶୋଇ ସମେତ ଯୋଗ ଦେଇ ସ୍ବର୍ଗତ ମହାପାତ୍ରଙ୍କର ସ୍ମୃତି ଚାରଣ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ଶ୍ରୀଯୁକ୍ତ ଗୋଦାବରୀଶ ସାମନ୍ତସିଂହାର ସମସ୍ତଙ୍କୁ ଧନ୍ୟବାଦ ସହିତ ଶୁଭେଚ୍ଛା ଜଣାଇଥିଲେ।

Leave a Reply

Your email address will not be published. Required fields are marked *